କନକ ବ୍ୟୁରୋ: ଏଥର ଲାଭଦାୟକ ହୋଇଛି ପରୀକ୍ଷା କେନ୍ଦ୍ରରେ ଏଆଇ ଓ ପ୍ରଶ୍ନପତ୍ର ଉପରେ ୱାଟରମାର୍କ । ଫଳରେ ପ୍ରଶ୍ନପତ୍ର ଭାଇରାଲ ହୋଇନାହିଁ ଓ ମାଟ୍ରିକ ପରୀକ୍ଷା ବି ଶେଷ ହୋଇଛି। ଶେଷଦିନରେ ତୃତୀୟ ଭାଷା ହିନ୍ଦୀ ଓ ସଂସ୍କୃତରେ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ । ଏଥର ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ମାର୍ଚ୍ଚ ୧୯ ତାରିଖରୁ ଆରମ୍ଭ ହେବ ମାଟ୍ରିକ ଖାତା ଦେଖା । ଆଉ ମେ ମାସ ପ୍ରଥମ ସପ୍ତାହରେ ରେଜଲ୍ଟ ପ୍ରକାଶ କରିବାକୁ ଲକ୍ଷ୍ୟ ରଖିଛନ୍ତି ମାଧ୍ୟମିକ ଶିକ୍ଷା ବୋର୍ଡ କର୍ତ୍ତୃପକ୍ଷ । ତେବେ ବିଜ୍ଞାନ ପରୀକ୍ଷା ସି ସେଟରେ ଯେଉଁ ଅସୁବିଧା ଦେଖାଦେଇଥିଲା, ସେ ନେଇ ବୋର୍ଡ କର୍ତ୍ତୃପକ୍ଷ ସଠିକ ବିଚାର କରିବେ ଓ ମାର୍କ ପାଇବାରେ କୌଣସି ଅସୁବିଧା ହେବ ନାହିଁ ବୋଲି କହିଛନ୍ତି ବୋର୍ଡ କର୍ତ୍ତୃପକ୍ଷ ।

Advertisment
  • ମାଟ୍ରିକ ପରୀକ୍ଷା ପ୍ରଶ୍ନରେ ତ୍ରୁଟି
  • କାର୍ଯ୍ୟାନୁଷ୍ଠାର ସଙ୍କେତ ଦେଲେ ମନ୍ତ୍ରୀ

ମାଟ୍ରିକ ପରୀକ୍ଷାବେଳେ ପ୍ରଶ୍ନପତ୍ରରେ ତ୍ରୁଟି ବିଷୟ ସରକାରଙ୍କ ନଜରକୁ ଆସିଥିଲା । ଏହି ପ୍ରସଙ୍ଗରେ ଆଉ ପାଦେ ଆଗକୁ ବଢି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ଗମ୍ଭୀରତାର ସହ ବିଚାର କରାଯାଉଛି । ଆବଶ୍ୟକ ପଡିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ମାଟ୍ରିକ ପରୀକ୍ଷା ଶେଷ ଦିନରେ ମାଲକାନଗିରିରୁ ଆସିଛି ଦୁଃଖଦ ଖବର । ବାଇକ ଯୋଗେ ମାଟ୍ରିକ ପରୀକ୍ଷା ଦେବାକୁ ଦୁଇ ଭାଇ ଯିବାବେଳେ ଦୁର୍ଘଟଣାରେ ଚାଲିଯାଇଛି ଜଣକର ଜୀବନ । ପଦ୍ମଗିରି ହାଇସ୍କୁଲ ଛାତ୍ର ବିକ୍ରମ ସର୍ଦ୍ଦାର ହାଇସ୍ପିଡ ବାଇକରେ  ସେରପାଲି ପରୀକ୍ଷା କେନ୍ଦ୍ରକୁ ବାହାରିଥିଲେ । ଯିବା ବାଟରେ ପିକଅପ ଭ୍ୟାନ ସହ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ଦୁଃଖଦ ଖବରକୁ ନେଇ ପୂରା ଅଞ୍ଚଳ ଶୋକାକୂଳ ହୋଇ ପଡିଛି।