କନକ ବ୍ୟରୋ : ଶେଷ ହୋଇଛି ଦଶମ ବୋର୍ଡ ପରୀକ୍ଷା । ଦୀର୍ଘ ବର୍ଷ ପରେ ତ୍ରୁଟିଶୂନ୍ୟ ଭାବେ ସରିଛି ପରୀକ୍ଷା । ଅନ୍ୟପଟେ ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହୋଇଛି । ଖୁବଶୀଘ୍ର ରେଜଲ୍ଟ ପ୍ରକାଶ କରିବାକୁ ଲକ୍ଷ୍ୟ ରଖିଛି ବୋର୍ଡ ।

Advertisment

ଫେବ୍ରୁଆରୀ ୧୯ରୁ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷା ଶେଷ ହୋଇଛି । ସାଢ଼େ ପାଞ୍ଚ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ଭାଗ୍ୟ ପରୀକ୍ଷା ଖାତାରେ ବନ୍ଦ୍ ହୋଇଛି । ଏବେ ରେଜଲ୍ଟକୁ ଅପେକ୍ଷା । ଅନ୍ୟପଟେ ଶୀଘ୍ର ମାଟ୍ରକ୍ ରେଜଲ୍ଟ ପ୍ରକାଶ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ବୋର୍ଡ କର୍ତ୍ତୁପକ୍ଷ । OMR ଖାତା ମୂଲ୍ୟାୟନ ଆରମ୍ଭ ହୋଇ ସାରିଛି । ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ ୫୧ଟି ମୂଲ୍ୟାୟନ କେନ୍ଦ୍ର ପ୍ରସ୍ତୁତ କରାଯାଇଛି ।

ଅଧିକ ପଢ଼ନ୍ତୁ : ସରିଲା ମାଟ୍ରିକ ପରୀକ୍ଷା : ଶେଷ ଦିନରେ ଗଣିତ ପରୀକ୍ଷା ଦେଲେ ସାଢ଼େ ୫ଲକ୍ଷ ପରୀକ୍ଷାର୍ଥୀ

ତ୍ରୁଟିଶୂନ୍ୟ ଭାବେ ଚଳିତ ବର୍ଷ ପରୀକ୍ଷା ଶେଷ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଏଥିସହ ମେ’ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ରେଜଲ୍ଟ ବାହାରିବ ବୋଲି ସୂଚନା ଦେଇଛନ୍ତି ଏବଂ ତ୍ରୁଟି ଏଡ଼ାଇବାକୁ ବିଶେଷ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସ୍ୱଚ୍ଛତାର ସହ ପରୀକ୍ଷା ପରିଚାଳନାକୁ ଚଳିତବର୍ଷ ଗୁରୁତ୍ୱ ଦିଆଯାଇଥିଲା । ପରୀକ୍ଷା କେନ୍ଦ୍ର, ନୋଡ଼ାଲ ସେଣ୍ଟରକୁ ସିସିଟିଭି ନଜରରେ ରଖିବା ସହ ତିସ୍ତରୀୟ ସ୍କାର୍ଡ ବ୍ୟବସ୍ଥା କରାଯାଇଥିଲା । ପ୍ରଶ୍ନପତ୍ର ଲିକ୍ ରୋକିବା ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହୋଇଥିଲା ।