କନକ ବ୍ୟୁରୋ : କଟକ ଆଠଗଡ଼ରେ କ୍ଷୀର ଅପମିଶ୍ରଣ କରୁଥିବା ମାଷ୍ଟର ମାଇଣ୍ଡ ଗିରଫ। କ୍ଷୀର ଅପମିଶ୍ରଣ କରୁଥିବା ମାଷ୍ଟର ମାଇଣ୍ଡ ହୋଟେଲ ମାଲିକ ପ୍ରକାଶ ଖୁଣ୍ଟିଆକୁ ଉଠାଇ ଆଣିଛି ଗୁରୁଡିଝାଟିଆ ପୁଲିସ । ତାର ମୁଖ୍ୟ ସହଯୋଗୀ ବିହାରର ସୁଧୀର ତିୱାରୀକୁ ଅଟକ ରଖି ପୋଲିସ ପଚରାଉଚରା କରୁଛି । କଟକ ଗୁରୁଡିଝାଟିଆ ଥାନା ଅନ୍ତର୍ଗତ କୁସପଙ୍ଗି ନିକଟରେ କ୍ଷୀର ଅପମିଶ୍ରିତ ହେଉଥିବା ଅଭିଯୋଗ ଆସିଥିଲା । ବିହାରର ଜଣେ ଅଭିଯୁକ୍ତ ଓ ମାଷ୍ଟରମାଇଣ୍ଡ ଗିରଫ ପରେ ଅପମିଶ୍ରିତ କ୍ଷୀର ରାକେଟର ଚେର ରାଜ୍ୟ ବାହାରକୁ ଲମ୍ବିଥିବା ପୋଲିସ ସନ୍ଦେହ କରୁଛି ।
କଟକ ଆଠଗଡ଼ରେ କ୍ଷୀର ଅପମିଶ୍ରଣ କରୁଥିବା ମାଷ୍ଟରମାଇଣ୍ଡ ଗିରଫ, ହୋଟେଲ ମାଲିକ ପ୍ରକାଶ ଖୁଣ୍ଟିଆକୁ ଗିରଫ କଲା ଗୁରୁଡିଝାଟିଆ ପୁଲିସ
ତାର ମୁଖ୍ୟ ସହଯୋଗୀ ବିହାରର ସୁଧୀର ତିୱାରୀକୁ ଅଟକ ରଖି ପୋଲିସ ପଚରାଉଚରା କରୁଛି । କଟକ ଗୁରୁଡିଝାଟିଆ ଥାନା ଅନ୍ତର୍ଗତ କୁସପଙ୍ଗି ନିକଟରେ କ୍ଷୀର ଅପମିଶ୍ରିତ ହେଉଥିବା ଅଭିଯୋଗ ଆସିଥିଲା।
/kanak/media/media_files/2025/09/12/08-2025-09-12-16-18-15.jpg)