କନକ ବ୍ୟୁରୋ: ଗୋଟିଏ କମାଣ୍ଡରେ ସଜାଗ ହେବ ସବୁ ବିଭାଗ । ଗୋଟିଏ ଛାତ ତଳୁ ମୁକାବିଲାର ମାଷ୍ଟରପ୍ଲାନ ପ୍ରସ୍ତୁତ କରିବେ ସରକାର । ବିପର୍ଯ୍ୟୟ ଭବନ ନିର୍ମାଣ ସହ ଓଡ଼ିଶାରେ ତ୍ବରିତ୍ବ ହେବ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା । ଏହାସହ ଭୂସ୍ଖଳନରୁ ରକ୍ଷା ପାଇବା ପାଇଁ ଭିନ୍ନ ପନ୍ଥା ଆପଣାଇବାକୁ ଅଣ୍ଟା ଭିଡ଼ିଛନ୍ତି ସରକାର ।
ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ମଡେଲ ରାଜ୍ୟ ଭାବେ ପରିଚିତ। ହେଲେ ବିପର୍ଯ୍ୟୟ ମୁକାବିଲାକୁ ଆହୁରି ତ୍ବରିତ୍ବ କରିବାକୁ ବଡ ଯୋଜନା କରୁଛନ୍ତି ରାଜ୍ୟ ସରକାର। ଆସନ୍ତା ୨ ବର୍ଷ ମଧ୍ୟରେ ଭୁବନେଶ୍ବରରେ ଛିଡା ହେବ ବିପର୍ଯ୍ୟୟ ଭବନ। ଗୋଟିଏ ବିଲ୍ଡିଂରେ ରହିବ ଏସଆରସି, ଅଗ୍ନିଶମ, ପାଣିପାଗ, ଓଡ୍ରାଫ, ଏନଡିଆରଏଫ ଓ ଜଙ୍ଗଲ ବିଭାଗର କାର୍ଯ୍ୟାଳୟ। ଲୋକସେବା ଭବନ ନିକଟରେ ଜମି ଚିହ୍ନଟ ସରିଥିବା ବେଳେ ଖର୍ଚ୍ଚ ହେବ ୨୦୦ କୋଟି। ବିପର୍ଯ୍ୟୟ ମୁକାବିଲା ସମୟରେ ସବୁ ବିଭାଗ ମଧ୍ୟରେ ସମନ୍ବୟ ରଖିବା ଦିଗରେ ବେଶ ସହାୟକ ସାଜିବ। ସବୁ ଜିଲ୍ଲାକୁ ଏହି ଭବନ ସହ ଯୋଡାଯିବ। ବିପର୍ଯ୍ୟୟ ମୁକାବିଲା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରାଯିବ। ସହଯୋଗ ପାଇଁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ ଆଲୋଚନା କରିଛି ରାଜ୍ୟ।
ବିପର୍ଯ୍ୟୟ ମୁକାବିଲା ପାଇଁ ମାଷ୍ଟରପ୍ଲାନ ଭିତରେ ଗଜପତିରେ ହୋଇଥିବା ଭୂସ୍ଖଳନ ପରେ ସଜାଗ ହୋଇ ଉଠିଛନ୍ତି ସରକାର। ଗଜପତି ଭଳି ରାଜ୍ୟର ଅନ୍ୟ ଭୂସ୍ଖଳନ ଅଞ୍ଚଳକୁ ଚିହ୍ନଟ କରାଯିବ। ବର୍ଷାରେ ବୁଡୁଥିବା ତଳିଆ ରାସ୍ତାକୁ ଉଚ୍ଚ କରାଯିବ। ଯାହାଦ୍ବାରା ବର୍ଷା ପାଣି ପାଇଁ ଯୋଗାଯୋଗ ବିଚ୍ଛିନ୍ନ ହେବ ନାହିଁ। ଗଜପତିରେ ଭୂସ୍ଖଳନ ପରେ ଖଣି ମନ୍ତ୍ରୀ ଘଟଣାସ୍ଥଳ ପରିଦର୍ଶନ କରି ଫେରିଛନ୍ତି। ଜିଲ୍ଲାପାଳ କ୍ଷୟକ୍ଷତି ଆକଳନ କରିବେ। ରିପୋର୍ଟ ଆସିବା ପରେ ଆସନ୍ତାକାଲି ଠାରୁ କ୍ଷୟକ୍ଷତି ସହାୟତା ଦେବେ ସରକାର।
ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶାର ଟ୍ରାକ୍ ରେକର୍ଡ ବେଶ ଭଲ। ବିପର୍ଯ୍ୟୟ ଭବନ ନିର୍ମାଣ ଦ୍ବାରା ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଓଡ଼ିଶା ପୂରା ଦେଶକୁ ବାଟ ଦେଖାଇବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/media_files/2025/10/04/7pm1-2025-10-04-20-51-13.jpg)