ବଦଳିବ ମାଷ୍ଟର କ୍ୟାଣ୍ଟିନ୍ ନାଁ ; ମନ୍ତ୍ରୀଙ୍କ ସୂଚନା

ବଦଳିବ ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନ୍ ନାଁ । ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ବଡ଼ ସୂଚନା । କହିଲେ, ଓଡ଼ିଆ ଅସ୍ମିତାକୁ ଦିଆଯିବ ଗୁରୁତ୍ୱ 

Master Canteen ******

Master Canteen ****** Photograph: (KanakNews)

କନକ ବ୍ୟୁରୋ: ବଦଳିବ ମାଷ୍ଟର କ୍ୟାଣ୍ଟିନ୍ ନାଁ ! ଭୁବନେଶ୍ଵର ମାଷ୍ଟର କ୍ୟାଣ୍ଟିନ୍ ନାଁ ବଦଳିବା ନେଇ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଦେଲେ ବଡ଼ ସୂଚନା । ମନ୍ତ୍ରୀ କହିଲେ, ଓଡ଼ିଶାରେ ଓଡ଼ିଆ ଅସ୍ମିତାକୁ ଗୁରୁତ୍ୱ ଦିଆଯିବ । ଇଂରେଜଙ୍କ ଅମଳରୁ ରହିଥିବା କିଛି ମୁଖ୍ୟ ସ୍ଥାନର ନାଁ ପରିବର୍ତ୍ତନର ଆବଶ୍ୟକତା ଅଛି । ଏହାକୁ ନେଇ ବିଚାର ବିମର୍ଶ ଚାଲିଛି । ଯଦି ନାଁ ପରିବର୍ତ୍ତନ ହେବ ତେବେ ଓଡ଼ିଶାର ବରପୁତ୍ରଙ୍କ ନାଁରେ ହେବ ନା ଆଉ କାହା ନାଁରେ ହେବ ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀ  ମୋହନ ମାଝୀ ନିଷ୍ପତ୍ତି ନେବେ ବୋଲି ସୂଚନା ଦେଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe