କନକ ବ୍ୟୁରୋ: ବଦଳିବ ମାଷ୍ଟର କ୍ୟାଣ୍ଟିନ୍ ନାଁ ! ଭୁବନେଶ୍ଵର ମାଷ୍ଟର କ୍ୟାଣ୍ଟିନ୍ ନାଁ ବଦଳିବା ନେଇ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଦେଲେ ବଡ଼ ସୂଚନା । ମନ୍ତ୍ରୀ କହିଲେ, ଓଡ଼ିଶାରେ ଓଡ଼ିଆ ଅସ୍ମିତାକୁ ଗୁରୁତ୍ୱ ଦିଆଯିବ । ଇଂରେଜଙ୍କ ଅମଳରୁ ରହିଥିବା କିଛି ମୁଖ୍ୟ ସ୍ଥାନର ନାଁ ପରିବର୍ତ୍ତନର ଆବଶ୍ୟକତା ଅଛି । ଏହାକୁ ନେଇ ବିଚାର ବିମର୍ଶ ଚାଲିଛି । ଯଦି ନାଁ ପରିବର୍ତ୍ତନ ହେବ ତେବେ ଓଡ଼ିଶାର ବରପୁତ୍ରଙ୍କ ନାଁରେ ହେବ ନା ଆଉ କାହା ନାଁରେ ହେବ ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଷ୍ପତ୍ତି ନେବେ ବୋଲି ସୂଚନା ଦେଇଛନ୍ତି ।
ବଦଳିବ ମାଷ୍ଟର କ୍ୟାଣ୍ଟିନ୍ ନାଁ ; ମନ୍ତ୍ରୀଙ୍କ ସୂଚନା
ବଦଳିବ ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନ୍ ନାଁ । ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ବଡ଼ ସୂଚନା । କହିଲେ, ଓଡ଼ିଆ ଅସ୍ମିତାକୁ ଦିଆଯିବ ଗୁରୁତ୍ୱ
/kanak/media/media_files/2025/05/31/u5BIH2tg9zHN35g8GcER.jpg)