Ali_Khamenei_Iran Photograph: (Google)
କନକ ବ୍ୟୁରୋ: ଇରାନର ସର୍ବୋଚ୍ଚ ନେତା ଆୟତୋଲ୍ଲା ଅଲି ଖେମିନିଙ୍କ ମୃତ୍ୟୁ ହେବା ପରେ ଲକ୍ଷ୍ନୌରେ ଗଭୀର ଶୋକ ପ୍ରକାଶ ପାଇଛି । ସିଆ ଧର୍ମଗୁରୁ ମୌଲାନା କଲବେ ଜୱାଦ ତିନି ଦିନିଆ ଶୋକ ଘୋଷଣା କରିଛନ୍ତି ଓ ବ୍ୟବସାୟୀମାନଙ୍କୁ ସେମାନଙ୍କର ଦୋକାନ ବନ୍ଦ କରି ଏକତା ପ୍ରଦର୍ଶନ କରିବାକୁ ନିବେଦନ କରିଛନ୍ତି । ଆଜି ରାତି ୮ଟାରେ ଐତିହାସିକ ‘ଛୋଟା ଇମାମବାଡ଼ା’ରେ ଏକ ବଡ଼ ଶୋକ ସଭା ସହ କ୍ୟାଣ୍ଡେଲ୍ ରାଲି ଅନୁଷ୍ଠିତ ହେବ ।
ଅଧିକ ପଢନ୍ତୁ : ଗୁଜବରେ ପୂର୍ଣ୍ଣଛେଦ : ଖେମିନିଙ୍କ ସମାଧିସ୍ଥଳରେ ଅଲୀ ଖେମିନି ,ଇରାନରେ ଇସଲାମିକ ବିପ୍ଳବ ପାଳନ ଘୋଷଣା
ମୌଲାନା କଲବେ ଜୱାଦ ବ୍ୟକ୍ତିଗତ ଭାବରେ ସମାବେଶକୁ ସମ୍ବୋଧିତ କରିବେ, ଖମେନିଙ୍କ ଜୀବନ, ସଂଘର୍ଷ ଓ ଇସଲାମିକ ବିପ୍ଳବରେ ଅବଦାନକୁ ସ୍ମରଣ କରିବେ । ଆୟୋଜକମାନେ ସ୍ପଷ୍ଟ କରିଛନ୍ତି ଯେ ଏହି ଶୋଭାଯାତ୍ରା ଶାନ୍ତିପୂର୍ଣ୍ଣ ହେବ କିନ୍ତୁ ଇସ୍ରାଏଲର ଦମନକାରୀ ନୀତି ବିରୁଦ୍ଧରେ ଏକ ଦୃଢ଼ ବାର୍ତ୍ତା ଦେବ । ସୁନ୍ନି ଧର୍ମଗୁରୁ ମୌଲାନା ଖାଲିଦ ରସିଦ ଫିରଙ୍ଗୀ ମାହାଲି ମଧ୍ୟ ଆକ୍ରମଣକୁ ନିନ୍ଦା କରିଛନ୍ତି ଏବଂ ଇରାନକୁ ସମର୍ଥନ ଜଣାଇଛନ୍ତି। ସାରା ସହରରେ ସୁରକ୍ଷା କଡ଼ାକଡ଼ି କରାଯାଇଛି, ଓ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଜାରି ରହିଛି ।
Follow Us