କନକ ବ୍ୟୁରୋ: ଆମେରିକାର ଲସ୍‌ ଆଞ୍ଜେଲସରେ ତୀବ୍ର ହେଉଛି ପ୍ରତିବାଦ । ରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ସଂଖ୍ୟକ ବିକ୍ଷୋଭକାରୀ । ପୋଡ଼ାଜଳା, ନାରାବାଜୀ ସହ କମ୍ପୁଛି ଲସ୍‌ ଆଞ୍ଜେଲସ । ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିବାକୁ ପୁଲିସ ମଧ୍ୟ ଲୁହବୁହା ଗ୍ୟାସର ପ୍ରୟୋଗ କରିବା ସହ ବିକ୍ଷୋଭକାରୀଙ୍କ ଉପରେ ରବର ଗୁଳିମାଡ କରୁଛି । ଏବେ ଆମେରିକା ସରକାରଙ୍କ ପ୍ରବାସୀ ନୀତି ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ସଂଖ୍ୟକ ଲୋକ । ଅନ୍ୟପଟେ ନ୍ୟାସନାଲ ଗାର୍ଡଙ୍କ ମୁତୟନ କରିବା ପରେ ଲୋକମାନଙ୍କ ମଧ୍ୟରେ ଆକ୍ରୋଶର ନିଆଁ ଅଧିକ ଦେଖିବାକୁ ମିଳୁଛି ।

Advertisment

ପ୍ରବାସ ନୀତି; ଟ୍ରମ୍ପଙ୍କୁ ବିରୋଧ
-ଆମେରିକାରେ ତେଜିବାରେ ଲାଗିଛି ଟ୍ରମ୍ପ ବିରୋଧୀ ଆନ୍ଦୋଳନ
-ପ୍ରବାସ ନୀତି ବିରୋଧରେ ଲସ୍ ଆଞ୍ଜେଲସ୍‌ରେ ପ୍ରତିବାଦ
-ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି ହିଂସା
-ରାଜରାସ୍ତାରେ ହଜାର ହଜାର ଜନସାଧାରଣ
-ପୁଲିସ ପ୍ରଶାସନ ପକ୍ଷରୁ ବଳପ୍ରୟୋଗ ପୂର୍ବକ ଲାଠିଚାର୍ଜ
-ଆନ୍ଦୋଳନକାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଟ୍ରମ୍ପଙ୍କ ନିର୍ଦ୍ଦେଶ
-ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ ବିରୋଧରେ ବାହାରିଲେ କାର୍ଲିଫର୍ଣ୍ଣିଆ ଗଭର୍ଣ୍ଣର
-‘ରାଷ୍ଟ୍ରପତିଙ୍କ ପଦକ୍ଷେପ କେବଳ ଉତ୍ତେଜନା ବୃଦ୍ଧି କରିବ’
-‘ଏହା ଭୁଲ ମିସନ୍‌ ଏବଂ ଜନସାଧାରଣଙ୍କ ବିଶ୍ୱାସକୁ ଭାଙ୍ଗିବ’
-ପ୍ରବାସ ନୀତିକୁ ନେଇ ଚାରିଆଡୁ ବିରୋଧର ଶିକାର ହେଉଛନ୍ତି ଟ୍ରମ୍ପ

ଆମେରିକାରେ ବକ୍ଷୋଭ ପ୍ରଦର୍ଶନ ବେଳେ ଆଜି ଆଉ ଏକ ଅଘଟଣ ଘଟିଛି । ଏଠାରେ ରିପୋର୍ଟିଂ  କରୁଥିଲେ ଜଣେ ସାମ୍ବାଦିକା, ଏହି ସମୟରେ ଗୁଳିମାଡ କଲା ପୁଲିସ । ଏହି ଘଟଣା ଆମେରିକା ଲସ୍‌ ଆଞ୍ଜେଲସରେ ଘଟିଛି । ଖବର ପ୍ରସାରଣ ସମୟରେ ମହିଳା ସାମ୍ବାଦିକାଙ୍କ ଉପରକୁ ପୁଲିସ ଗୁଳିମାଡ କରିଥିଲେ ବି ସେ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଏନେଇ ଏକ ଭିଡିଓ ଭାଇରାଲ ହେବା ପରେ ପୁଲିସକୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡିଛି । ପ୍ରବାସୀ ନୀତିକୁ  ବିରୋଧ କରି ଦଙ୍ଗାରେ ଜଳୁଛି ଆମେରିକାର ଲସ୍‌ ଆଞ୍ଜେଲସ୍‌ ସହର । ବିକ୍ଷୋଭକାରୀମାନେ ପୁଲିସ ଗାଡ଼ିରେ ନିଆଁ ଲଗାଇ ଦେଉଛନ୍ତି । ପୁଲିସ ଓ ସୁରକ୍ଷାକର୍ମୀ ବିକ୍ଷୋଭକାରୀଙ୍କୁ ଲାଠିମାଡ଼ କରି ଘଉଡ଼ାଉଛନ୍ତି । ରାଜରାସ୍ତାରେ ଏଭଳି ଦୃଶ୍ୟ ଡୋନାଲ୍ଡ ଟ୍ରମ୍ପ ସରକାରକୁ ଅଡ଼ୁଆରେ ପକାଇଛି । ଖବର ପ୍ରସାରଣ କରୁଥିବା ଜଣେ ସାମ୍ବାଦିକାଙ୍କୁ ସୁରକ୍ଷାକର୍ମୀ ଗୁଳିମାଡ଼ କରିଛନ୍ତି । ତେବେ ସାମ୍ବାଦିକା ଜଣକ ବର୍ତ୍ତି ଯାଇଛନ୍ତି। ଆମେରିକା ଭଳି ରାଷ୍ଟ୍ରରେ ଗଣମାଧ୍ୟମର କଣ୍ଠରୋଧ କରିବାକୁ ଉଦ୍ୟମ କରାଯିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଭିଡିଓରୁ ଦେଖିବାକୁ ମିଳିଛି ଯେ, ଅଷ୍ଟ୍ରେଲିଆର ମହିଳା ସାମ୍ବାଦିକା ଲରେନ ତୋମାସି ଏକ ଟେଲିଭିଜନ ଚ୍ୟାନେଲ ପାଇଁ ଖରବ ପ୍ରସାରଣ କରୁଥିଲେ । କିଛି ସମୟ ପରେ ତାଙ୍କ ପଛପଟୁ ଜଣେ ସୁରକ୍ଷାକର୍ମୀ ତାଙ୍କ ଗୋଡ଼କୁ ଲକ୍ଷ୍ୟ କରି ଗୁଳି କରିଥିଲେ । ତେବେ ଏହା ରବର ଗୁଳି ହୋଇଥିବାରୁ ସାମ୍ବାଦିକା ସାମାନ୍ୟ ଆହାତ ହୋଇଥିଲେ ।