କନକ ବ୍ୟୁରୋ : ପୋଷ୍ଟ ମାଷ୍ଟର ଠକି ନେଲା ଗରିବଙ୍କ ଟଙ୍କା । ଲକ୍ଷାଧିକ ଟଙ୍କା ହରାଇ ଭାଙ୍ଗିପଡିଛନ୍ତି ଜମାକାରୀ । ଗରିବ ଖଟିଖିଆ ମୁଲ ମଜୁରୀ ଲାଗି  କିଏ ପିଲାଙ୍କ ଭବିଷ୍ୟତ ତ ଆଉ କିଏ ଝିଅ ବାହାଘର ପାଇଁ ପୋଷ୍ଟ ଅଫିସରରେ ଟଙ୍କା ଜମା ରଖିଥିଲେ । ହେଲେ ଗରିବଙ୍କ ପେଟକୁ ନାତ ମାରି ପୋଷ୍ଟ ମାଷ୍ଟର ଗରିବଙ୍କ ଧନ ଲୁଟି ନେଇଥିବା ଅଭିଯୋଗ ହୋଇଛି । ଜମାଖାତାକୁ ନିଜ ପାଖରେ ରଖି ମିଥ୍ୟା କାଗଜପତ୍ର ଜରିଆରେ ୫୦ ଲକ୍ଷରୁ ଅଧିକ  ଟଙ୍କା ଲୁଟି ନେଇଛି ।

Advertisment

ଅନେକ ଘରୋଇ ଠକ ସଂସ୍ଥାରେ ଅର୍ଥ ରଖି ଠକାମିର ଶିକାର ହେବାପରେ ଲୋକମାନେ ପୋଷ୍ଟ ଅଫିସରକୁ ଭରସା କରିଥିଲେ । ଭଳିକି ଭଳି ଯୋଜନାରେ ଟଙ୍କା ଜମାଖାତା କରି ସୁରକ୍ଷିତ ବୋଲି ଭାବିଥିଲେ । କିନ୍ତୁ ଲୋକଙ୍କ ବିଶ୍ୱାସ ସହ ଖେଳି ଦେଇଛି ପୋଷ୍ଟ ମାଷ୍ଟର । ଯାଜପୁର ଦଶରଥପୁର ବ୍ଲକ ବଡ କୁଆଁଲ ଡାକଘରେ ଶହଶହ ହିତାଧିକାରୀ ବିଭିନ୍ନ ପ୍ରକାର ଜମା ଖାତାରେ ଲକ୍ଷଲକ୍ଷ ଟଙ୍କା ଜମା ରଖିଥିଲେ। ତତକାଳୀନ ପୋଷ୍ଟ ମାଷ୍ଟର ଯାଞ୍ଚ ଆଳରେ ହିତାଧିକାରୀଙ୍କ ଖାତାକୁ ନିଜ ପାଖରେ ରଖିଥିଲେ। ପରେ ମିଥ୍ୟା କାଗଜପତ୍ରରେ ଅର୍ଥ ହରିଲୁଟ କରିଥିବା ଅଭିଯୋଗ ହୋଇଛି । ହିତାଧିକାରୀ ଡାକଘର ଘେରାଉ କରିବା ସହ ଡାକ ସୁପରିଟେଣ୍ଟେଟକୁ ଭେଟି ନ୍ୟାୟ ଭିକ୍ଷା କରିଛନ୍ତି ।