Photograph: (kanaknews)
କନକ ବ୍ୟୁରୋ : ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଅବସରରେ ବିଶାଳ ପଦଯାତ୍ରା । ସମ୍ବଲପୁର ଓ ଯାଜପୁରରେ ବିଶାଳ ପଦଯାତ୍ରାର ଆୟୋଜନ କରାଯାଇଛି । ସମ୍ବଲପୁର ରିଜର୍ଭ ଗ୍ରାଉଣ୍ଡରୁ ପଦଯାତ୍ରା ଆରମ୍ଭ ହୋଇ ଲଷ୍ମୀ ଟକିଜ ଛକ, ଜେଲ ଛକ ଦେଇ ମହିଳା ମହାବିଦ୍ୟାଳୟ ଗ୍ରାଉଣ୍ଡ ପର୍ଯ୍ୟନ୍ତ ଯିବ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପଦଯାତ୍ରାରେ ସାମିଲ ହୋଇଛନ୍ତି ।
ଅଧିକ ପଢନ୍ତୁ... ବିଜେଡିର ପଦ ଛାଡ଼ିଲେ ଦେବାଶିଷ; ଉପ ସଭାପତି ପଦରୁ ଇସ୍ତଫା
ସେହିପରି ପଂଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ, କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସମେତ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ଓ ସରକାରୀ ଅଧିକାରୀ ମାନେ ମଧ୍ୟ ଏହି ପଦଯାତ୍ରାରେ ସାମିଲ ହୋଇଛନ୍ତି । ସେହିପରି ଯାଜପୁର ଧର୍ମଶାଳାରେ ଏକତା ପଦଯାତ୍ରାରେ ସାମିଲ ହୋଇଛନ୍ତି ହଜାର ହଜାର ଲୋକେ । ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ପଦଯାତ୍ରା ହୋଇଥିବା ବେଳେ ଧର୍ମଶାଳାର ନାକପୋଲ ଠାରୁ ଏହି ପଦଯାତ୍ରା ଆରମ୍ଭ ହୋଇ କାଏମା ଠାରେ ଶେଷ ହେବ ।
ପଦଯାତ୍ରାରେ ଯାଜପୁର ସାଂସଦ ଡକ୍ଟର ରବିନ୍ଦ୍ର ନାରାୟଣ ବେହେରା, ବିଧାୟକ ହିମାଂଶୁ ଶେଖର ସାହୁଙ୍କ ସହ ଯାଜପୁର ଜିଲ୍ଲାପାଳ, ଏସପି, ସମସ୍ତ ସରକାରୀ କର୍ମଚାରୀ ଓ ବୁଦ୍ଧିଜୀବୀ ସାମିଲ ହୋଇଛନ୍ତି । ପଦଯାତ୍ରା ସମୟରେ ବିଭିନ୍ନ ସ୍ଥାନରେ ମେଲୋଡି, ନୃତ୍ୟ, ଦାସକାଠିଆ, ପାଲା, ଘୁମୁରା ବାଦ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।
Follow Us