ଧସିଲା ମାଟି ; ଚାଲିଗଲା ୬ ଜୀବନ

ହିମାଚଳ ପ୍ରଦେଶ କୁଲ୍ଲୁରେ ଭୟଙ୍କର ସ୍ଖଳନ । ମଣିକର୍ଣ୍ଣ ଗୁରୁଦ୍ବାର ନିକଟରେ ମାଟି ଅତଡ଼ା ଖସି ୬ଜଣଙ୍କ ମୃତ୍ୟ। ୧୦ରୁ ଅଧିକ ଆହତ ସୂଚନା । ଉଦ୍ଧାରକାର୍ଯ୍ୟ ଜାରି, କୁଲ୍ଲୁ-ମଣିକର୍ଣ୍ଣ ରାସ୍ତାରେ ଯାତାୟତ ଠପ୍ ।

Land slide++

Land slide++ Photograph: (KanakNews)

କନକ ବ୍ୟୁରୋ: ହିମାଚଳପ୍ରଦେଶ କୁଲୁ ଜିଲ୍ଲାରେ ବଡ଼ ଧରଣର ଭୂସ୍ଖଳନ । ମଣିକର୍ଣ୍ଣ ଗୁରୁଦ୍ବାର ନିକଟରେ ମାଟି ଧସିଯିବାରୁ ୬ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ୧୦ରୁ ଅଧିକ ଆହତ ହୋଇଛନ୍ତି । ତେବେ ମାଟି ଧସିବା ପରେ ଗଛ ଉପୁଡ଼ି ପଡ଼ିବାରୁ ୬ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତକ ମାନଙ୍କ ପରିଚୟ ଜଣାପଡ଼ି ନାହିଁ । ସମସ୍ତ ମୃତଦେହକୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଛି । ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ପୋଲିସ ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ମାଟି ଧସିବା ଯୋଗୁଁ କୁଲୁ ଓ ମଣିକର୍ଣ୍ଣକୁ ସଂଯୋଗ କରୁଥିବା ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି । ଟ୍ରାଫିକ ନିୟନ୍ତ୍ରଣ ପାଇଁ ଲୋକଙ୍କୁ ଅନ୍ୟ ରାସ୍ତାରେ ଯିବାକୁ ପରାମର୍ଶ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe