କନକ ନ୍ୟୁଜର ମହାପ୍ରଭାବ; ଶେଷରେ ସିଲ ହେଲା ସୁନ୍ଦରଗଡ଼ ଆର୍ୟନ କୋଲ ୱାସେରୀ…

ହେମଗିରି କନିକା ସ୍ଥିତ କୋଲ ୱାସେରୀକୁ ସିଲ୍ କଲା ଜିଲ୍ଲା ପ୍ରଶାସନ । ଉପ ଜିଲ୍ଲାପାଳ, ଏସଡିପିଓ, ଖଣି ବିଭାଗ ଉପସ୍ଥିତିରେ ହେଲା ସିଲ୍ । 

ଅଦ୍ୟତନ ହୋଇଛି
JHHJGHJHJ

MINES Photograph: (KANAK NEWS)

କନକ ବ୍ୟୁରୋ: କନକ ନ୍ୟୁଜର ମହାପ୍ରଭାବ । ଶେଷରେ ସିଲ ହେଲା ଆର୍ୟନ କୋଲ ୱାସେରୀ । ହେମଗିରି କନିକା ସ୍ଥିତ କୋଲ ୱାସେରୀକୁ ସିଲ୍ କରିଛି ଜିଲ୍ଲା ପ୍ରଶାସନ । ଉପ ଜିଲ୍ଲାପାଳ, ଏସଡିପିଓ, ଖଣି ବିଭାଗ ଉପସ୍ଥିତିରେ ସିଲ୍ ହୋଇଛି କୋଇଲା ଖଣି । ବେଆଇନ ଭାବେ କୋଇଲା ଗଚ୍ଛିତ ରଖିଥିବା ଘଟଣାରେ ଜିଲ୍ଲା ପ୍ରଶାସନ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । 

ସେପଟେ ସୁନ୍ଦରଗଡ଼ ତେଲେନଡିହି କୋଇଲା ଚୋରି ଘଟଣାରେ ଜିଲ୍ଲାପାଳଙ୍କ କାରଣ ଦର୍ଶାଅ ନୋଟିସର ଉତ୍ତର ରଖିଲେ ତତ୍କାଳୀନ ହେମଗିରି ତହସିଲଦାର ଲଵଣେନ୍ଦୁ ମହାନ୍ତି । ଫରେଷ୍ଟ ରେଞ୍ଜରଙ୍କ କୋଇଲା ଓ ଖଣି ଚୋରି ଚିଠି ଲୁଚାଇବା ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲାପାଳ ଲବଣେନ୍ଦୁଙ୍କୁ ତିନି ଦିନ ଭିତରେ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ  । ଆଜି ପଞ୍ଚମ ଦିନରେ ଇମେଲ ମାଧ୍ୟମ ରେ ଉତ୍ତର ରଖିଛନ୍ତି ତତ୍କାଳୀନ ତହସିଲଦାର । ତେଲେନଡିହି ଜଙ୍ଗଲରେ ବେଆଇନ୍ କୋଇଲା ଖାଦାନ ଚାଲିଥିବା ନେଇ ବର୍ଷକ ଆଗରୁ ହେମଗିରି ତହସିଲଦାରଙ୍କୁ ଚିଠି କରିଥିଲା ବନବିଭାଗ । ମାତ୍ର ଏନେଇ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଚିଠିକୁ ଲୁଚାଇ ଦେବାକୁ ଚେଷ୍ଟା କରାଯାଇଥିବା ଅଭିଯୋଗ ହୋଇଥିଲା । ପରେ ଅନ୍ୟ ଏକ ଅଭିଯୋଗ ନେଇ ଲବଣେନ୍ଦୁ ମହାନ୍ତିଙ୍କୁ ବଦଳି କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe