କନକ ବ୍ୟୁରୋ : ଥାଇଲାଣ୍ଡରୁ ଆସିଛି ବଡ ଖବର । ହନିଟ୍ରାପରେ ଫଶିଛନ୍ତି ବୌଦ୍ଧ ଭିକ୍ଷୁ । ସେମାନଙ୍କ ଆପତିଜନକ ଭିଡିଓ ବନାଇ ବ୍ଲାକମେଲିଂ କରାଯାଉଥିବା ଅଭିଯୋଗରେ ଜଣେ ମହିଳା ଗିରଫ । ଜଣେ କି ଦୁଇଜଣ ନୁହେଁ ୧୦ରୁ ଅଧିକଙ୍କୁ  ନିଜ ଜାଲରେ ଫସାଇ  କୋଟିକୋଟି ଟଙ୍କା ଲୁଟ କରିଥିବା ଅଭିଯୋଗରେ ୩୫ବର୍ଷ ବୟସର ମହିଳାଙ୍କୁ ଗିରଫ କରାଯାଇଛି । ସବୁଠୁ ବଡ କଥା ହେଉଛି ଥାଇଲାଣ୍ଡକୁ ଆସୁଥିବ ପର୍ଯ୍ୟଟକଙ୍କ ସହ ବୌଦ୍ଧ ଭିକ୍ଷୁଙ୍କୁ ଟାର୍ଗେଟ କରୁଥିଲେ ୱିଲିୟନ ଏମସାୱତ ନାଁରେ ପରିଚିତ ଜଣେ ମହିଳା । ତେବେ ଗିରଫ ପରେ ଅଭିଯୁକ୍ତାଙ୍କ ନିକଟରୁ ୮ହଜାରରୁ ଅଧିକ ଅଶ୍ଳୀଳ ଭିଡିଓ ଓ ଅନ୍ୟାନ୍ୟ ଆପତିଜନକ ସାମଗ୍ରୀ ଜବତ କରିଛି ପୁଲିସ । ତେବେ ପୁଲିସ ଅଭିଯୁକ୍ତାର ନାଁ ଦେଇଛି ମିସ ଗଲଫ । ମିସ୍ ଗଲ୍ଫ ବହୁ ଦିନ ଧରି ବୌଦ୍ଧ ଭିକ୍ଷୁଙ୍କୁ ଟାର୍ଗେଟ କରୁଥିଲେ ଏହି ଦୁର୍ବଳତାର ସୁଯୋଗ ନେଇ ମିସ୍ ଗଲ୍ଫ ଭିକ୍ଷୁମାନଙ୍କୁ ତାଙ୍କ ଜାଲରେ ଫସାଇ ଚାଲିଥିଲେ । ବ୍ୟାଙ୍କକର ଜଣେ ଭିକ୍ଷୁ ହଠାତ୍  ଆତ୍ମହତ୍ୟା  ଉଦ୍ୟମ କରିବା ଘଟଣାରୁ ସୁରାକ  ପାଇ ପୁଲିସ ଅଭିଯୁକ୍ତାଙ୍କ ନିକଟରେ ପହଁଚିବାପରେ ଚାଂଚଲ୍ୟକର ଖୁଲ୍ଲାସା ହୋଇଛି ।