କନକବ୍ୟୁରୋ :ଏବେ ନଜର ପକାଇବା ତାମିଲ ନାଡୁରୁ ଆସୁଥିବା ଏକ ବଡ ଖବର ଉପରେ। ଟାଟା ଇଲେକଟ୍ରୋନିକ୍ସ ମ୍ୟାନୁଫ୍ୟାକଚିରିଙ୍ଗ ପ୍ଲାଂଟରେ ବଡ ଧରଣର ଅଘଟଣ । ମ୍ୟାନୁଫ୍ୟାକଚିରିଙ୍ଗ ପ୍ଲାଂଟରେ ଲାଗିଛି ନିଆଁ । ଧୂଆମୟ ହୋଇଉଠିଥିଲା ସମଗ୍ର ପରିବେଶ ।
ତାମିଲନାଡୁର କୃଷ୍ଣାଗିରୀ ଜିଲ୍ଲା ହୋସୁର ସ୍ଥିତ ଟାଟା ଇଲେକଟ୍ରୋନିକ୍ସର ପ୍ଲାଂଟ ଟି ରହିଛି । ବର୍ତମାନ ସମୟରେ ରେସକ୍ୟୁ ଅପରେସନ ଜାରି ରହିଛି । ଅଗ୍ନିଶମ ବିଭାଗ ର ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲା , ହେଲେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି ନିଆଁ ଲାଗିଥିବା ସମୟରେ ପ୍ଲାଂଟରେ ୧୫୦୦ କର୍ମଚାରୀ କାମ କରୁଥିଲେ । କେଉଁ କାରଣରୁ ନିଆଁ ଲାଗିଥିଲା ସେନେଇ ଜାଂଚ ଚାଲିଛି ଏବଂ କର୍ମଚାରୀ ମାନେ ସୁରକ୍ଷିତ ଅଛନ୍ତି ବୋଲି ଟାଟା ପକ୍ଷରୁ ଜଣାଯାଇଛି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/ypwDyJrxhtgLrZmsvPry.jpg)