ବଡ କୋଠାରେ ନିଆଁ ; ନିଆଁ ଲିଭାଇବାରେ ଲାଗିଛନ୍ତି ୯ ଫାୟାର ଇଞ୍ଜିନ ଓ ନିଆଁଲିଭା ଗାଡ଼ି

ମୁମ୍ବାଇର ଲୋୟର ପରେଲ ଅଞ୍ଚଳରେ ବଡ଼ ଧରଣର ଅଗ୍ନିକାଣ୍ଡ । ୭ ମହଲା ବ୍ୟବସାୟିକ କୋଠାରେ ଲାଗିଛି ନିଆଁ । ଘଟଣାସ୍ଥଳରେ ୯ଟି ଫାୟାର ଇଞ୍ଜିନ ଓ ନିଆଁଲିଭା ଗାଡ଼ି ।

fire--

କନକ ବ୍ୟୁରୋ: ମୁମ୍ବାଇର ଲୋୟର ପରେଲ ଅଞ୍ଚଳରେ ବଡ଼ ଧରଣର ଅଗ୍ନିକାଣ୍ଡ। ଏଠାରେ ଥିବା ୭ ମହଲା କମର୍ସିଆଲ ବିଲଣ୍ଡିଂ ଟାଇମ୍ସ ଟାୱାରରେ ସକାଳୁ ସକାଳୁ ନିଆଁ ଲାଗିଛି। ସକାଳ ସାଢ଼େ ୬ଟାରୁ ନିଆଁ ଲାଗିଥିବା ବେଳେ ଏଯାଏଁ ତାକୁ ଆୟତ୍ତ କରାଯାଇପାରିନାହିଁ। ୯ଟି ଫାୟାର ଇଞ୍ଜିନ ଓ ନିଆଁଲିଭା ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି। କେହି ମୃତାହତ ହୋଇନଥିବା ଖବର ରହିଛି। ତଳ ମହଲାରୁ ନିଆଁ ଲାଗିବା ପରେ ପଞ୍ଚମ, ଷଷ୍ଠ ଓ ସପ୍ତମ ମହଲାକୁ ନିଆଁ ବ୍ୟାପିଛି।

କେହି ମୃତାହତ ହୋଇନଥିବା ଖବର ରହିଛି। ତଳ ମହଲାରୁ ନିଆଁ ଲାଗିବା ପରେ ପଞ୍ଚମ, ଷଷ୍ଠ ଓ ସପ୍ତମ ମହଲାକୁ ନିଆଁ ବ୍ୟାପିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe