କନକବ୍ୟୁରୋ :  କପଡା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ , ଜଳିପୋଡ଼ି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ  ।  କୁଚିଣ୍ଡା ଠାରେ ଥିବା କ୍ୱାଲିଟି କଲେକ୍ସନ ନାମକ କପଡା ଦୋକାନରେ ସକାଳୁ ସକାଳୁ ନିଆଁ ଲାଗିଛି  ।  ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଧୂଆଁର ବଳୟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଚି ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛନ୍ତି । କେଉଁ କାରଣରୁ ନିଆଁ ଲାଗିଲା କାରଣ ଅସ୍ପଷ୍ଟ ରହିଛି ।