କନକ ବ୍ୟୁରୋ: ରାଜଧାନୀରେ ବଡ଼ଧରଣର ଅଗ୍ନିକାଣ୍ଡ । ଭୁବନେଶ୍ୱର ସତ୍ୟନଗରରେ ଥିବା ଏକ ଇଲେକ୍ଟ୍ରୋନିକ୍ସ ଗୋଦାମରେ ଲାଗିଛି ଭୟଙ୍କର ନିଆଁ । ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀର ୨ଟି ଟିମ୍ ଉଦ୍ୟମ ଜାରି ରଖିଛନ୍ତି । କେମିତି ନିଆଁ ଲାଗିଲା, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଗୋଦାମରେ ଥିବା ଅନେକ ସାମଗ୍ରୀ ନିଆଁରେ ଜଳିପୋଡି ଯାଇଛି । ଆଜି ସନ୍ଧ୍ୟାରେ ହଠାତ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା । ତୁରନ୍ତ ଦମକାଳ ବାହିନୀର ଟିମ ପହଞ୍ଚି ନିଆଁ ଲିଭାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି । ନିଆଁ ଲିଭା କାମରେ ରୋବଟକୁ ପ୍ରଥମ ଥର ଲାଗି ବ୍ୟବହାର କରାଯାଇଛି ।
ରାଜଧାନୀରେ ବଡ଼ଧରଣର ଅଗ୍ନିକାଣ୍ଡ । ଇଲେକ୍ଟ୍ରୋନିକ୍ସ ଗୋଦାମରେ ଲାଗିଛି ଭୟଙ୍କର ନିଆଁ ।
ରାଜଧାନୀରେ ବଡ଼ଧରଣର ଅଗ୍ନିକାଣ୍ଡ । ଭୁବନେଶ୍ୱର ସତ୍ୟନଗରରେ ଥିବା ଏକ ଇଲେକ୍ଟ୍ରୋନିକ୍ସ ଗୋଦାମରେ ଲାଗିଛି ଭୟଙ୍କର ନିଆଁ । ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀର ୨ଟି ଟିମ୍ ଉଦ୍ୟମ ଜାରି ରଖିଛନ୍ତି । କେମିତି ନିଆଁ ଲାଗିଲା, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି
/kanak/media/media_files/2024/12/23/0s2T7tFq7CILgJJMNbte.jpg)