କନକବ୍ୟୁରୋ : କେନ୍ଦ୍ରାପଡ଼ା ଅର୍ବାନ ବ୍ୟାଙ୍କ ବଳଗଣ୍ଡି ଶାଖାରେ ଭୟଙ୍କର ଅଗ୍ନିକାଣ୍ଡ  ।  ନିଆଁ ଲାଗି ଜଳିଗଲା ବ୍ୟାଙ୍କର ଗୁରୁତ୍ବପୂର୍ଣ୍ଣ କାଗଜପତ୍ର  । ଷ୍ଟ୍ରଙ୍ଗ ରୁମରେ ନିଆଁ ଲାଗିଥିବା ବେଳେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି  । ତେବେ ନିଆଁ ଆୟତ୍ତ ପାଇଁ ଚେଷ୍ଟା କରିବା ସମୟରେ ବ୍ୟାଙ୍କ ମ୍ୟାନେଜର ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି  । ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନଥିବା ବେଳେ ସଟ୍‌ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ନିଆଁ ଲାଗିବା ପରେ ପୂରା ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା । ନିଆଁ ଲିଭାଇବାକୁ ଅଗ୍ନିଶମ କର୍ମଚାରୀଙ୍କୁ ନାକେଦମ ହେବାକୁ ପଡ଼ିଛି । ସୁନା ଦୋକାନରେ ପଶିଲେ ।

Advertisment

ଅଳଙ୍କାର ଲୁଟିଲେ ସିସିଟିଭିରେ କଏଦ ହେଲା ଲୁଟ୍‌ ସମୟର ଭିଡିଓ । ଏଥିସହ ପୁରୀ କୃଷ୍ଣପ୍ରାସଦ ମାଲୁଦ ବଜାରରେ ଥିବା ସୁନା ଦୋକାନରୁ ଲୁଟ ଘଟଣାରେ ୩ ଜଣ ମହିଳାଙ୍କୁ ଗିରଫ କରିଛି ପୋଲିସ  ।  ସେମାନଙ୍କ ଠାରୁ ଲୁଟ୍‌ ସାମଗ୍ରୀ ମଧ୍ୟ ଜବତ ହୋଇଛି  ।  ୩ ଅଭିଯୁକ୍ତ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ କୃଷ୍ଣପ୍ରସାଦ ଆସି ଲୁଟ୍‌ କରିଥିଲେ ।

ପ୍ରାୟ ଦେଢ଼ ମାସ ତଳେ ଦୋକାନରୁ ରୂପା ଅଳଙ୍କାର ଲୁଟି ଫେରାର ହୋଇଯାଇଥିଲେ ।  ଏବେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ତେବେ ଲୁଟ୍‌ ସମୟର ସିସିଟିଭି ଭିଡିଓ ସାମ୍ନାକୁ ଆସିଛି  । ଅଳଙ୍କାର ଦେଖିବା ବାହାନାରେ ଆସି ଏଭଳି ଏଭଳି ଲୁଟ କରିଥିଲେ ମହିଳା  ।  ଦୋକାନୀଙ୍କ ଅନ୍ୟମନସ୍କତାର ସୁଯୋଗ ନେଇ ରୂପା ଅଳଙ୍କାର ଲୁଟି ନେଇଥିଲେ ।  ତେବେ ମହିଳାଙ୍କ ସାଙ୍ଗରେ ଥିବା ଯୁବକଙ୍କୁ ଧରିବାକୁ ତଦନ୍ତ ଚାଲିଛି । ଗିରଫ ମହିଳାଙ୍କୁ ପଚରାଉଚରା କରାଯାଉଛି  ।