BBSR FIRE Photograph: (KANAK NEWS)
କନକ ବ୍ୟୁରୋ: ଗୋଆର ଏକ ରେସ୍ତୋରାଁରେ ନିଆଁ ଲାଗି ଏକାଧିକ ଲୋକ ଆଖି ବୁଜିବା କଥା ମନରୁ ନ ଲିଭୁଣୁ, ଭୁବନେଶ୍ୱରର ଏକ ରେସ୍ତୋରାଁରେ ଲାଗିଛି ଭୟଙ୍କର ନିଆଁ । ଶୁକ୍ରବାର ଭୁବନେଶ୍ୱର ସତ୍ୟବିହାର ଅଞ୍ଚଳରେ ଥିବା ଏକ ରେସ୍ତୋରାଁରେ ଭୟଙ୍କର ଭାବେ ନିଆଁ ଲାଗିଥିଲା । ଆଉ ନିଆଁ ଲାଗିବା ପରେ ବିଲ୍ଡିଂଟି ହୁତୁ ହୁତୁ ହେଇ ଜଳିବା ଆରମ୍ଭ କରିଥିଲା । ନିଆଁକୁ ଦେଖିବା ପରେ ସ୍ଥାନୀୟ ଲୋକମାନେ ଆତଙ୍କିତ ହୋଇ ପଡ଼ିଥିଲେ । ଆଉ ପରେ ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀ ।
ଆହୁରି ପଢ଼ନ୍ତୁ : ଦିଲ୍ଲୀରେ ବଢ଼ିଲା ଜିଲ୍ଲା ସଂଖ୍ୟା : ଏବେ ୧୧ ନୁହେଁ ୧୩ ଜିଲ୍ଲା
ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ରେସ୍ତୋରାଁରେ ନିଆଁ କେମିତି ଲାଗିଲା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ିନି । ରେସ୍ତୋରାଁ ପାଖରେ ଏଖ ଫର୍ଣ୍ଣିଚର ଦୋକାନ ରହିଥିଲା, ସେଠାକୁ ମଧ୍ୟ ନିଆଁ ବ୍ୟାପିଥିବା ଜଣାପଡ଼ିଛି । ହେଲେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ନିଆଁ କେମିତି ଲାଗିଲା ଜଣାପଡ଼ିନି, ହେଲେ ଜୋର ସେ ପବନ ବୋହୁଥିବା କାରଣରୁ ନିଆଁ ଅଧିକ ଲାଗିଥିଲା ।
ସୂଚନାଯୋଗ୍ୟ ଯେ, ଗଲା କିଛି ଦିନ ତଳେ ଗୋଆରେ ଏକ ବଡ଼ ନାଇଟ୍ କ୍ଲବରେ ଅଗ୍ନିକାଣ୍ଡ ଘଟି ୨୫ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ କ୍ଲବର ଦୁଇ ମାଲିକଙ୍କୁ ଗତକାଲି ଅଟକ ରଖାଯାଇଛି । ଆଉ ଏହି ଘଟଣା ମନରୁ ନ ଲିଭୁଣୁ ଆଜି ଭୁବନେଶ୍ୱରର ଏକ ରେସ୍ତୋରାଁରେ ଲାଗିଛି ଭୟଙ୍କର ନିଆଁ ।
Follow Us