କନକ ବ୍ୟୁରୋ: ଶ୍ରୀନଗରରେ ବଡ ଧରଣର ଅଗ୍ନିକାଣ୍ଡ । ସ୍କୁଲରେ ଲାଗିଲା ନିଆଁ । ହୁତୁହୁତୁ ହୋଇ ଜଳିଲା ବିଲ୍ଡିଂ । ଶ୍ରୀନଗରର ରାଜବାଗରେ ଥିବା ମୁସଲିମ ପବ୍ଲିକ ସ୍କୁଲରେ ନିଆଁ ଲାଗିଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍କୁଲର ଝରକା ଭାଙ୍ଗି ପିଲାଙ୍କୁ ଉଦ୍ଧାର କରିଛି । ୩ ମହଲା ବିଶିଷ୍ଟ ସ୍କୁଲ ବିଲ୍ଡିଂରେ ନିଆଁକୁ ଆୟତ୍ତ କରିବାକୁ ନାକେଦମ ହୋଇଛି ଅଗ୍ନିଶମ ବାହିନୀ । କେହି ଛାତ୍ରଛାତ୍ରୀ କାଳେ ସ୍କୁଲ ଭିତରେ ଫଶି ରହିଥିବେ ସେଥିପାଇଁ ଅଗ୍ନିଶମ କର୍ମଚାରୀ ତନ୍ନ ତନ୍ନ କରି ସ୍କୁଲ ବିଲ୍ଡିଂକୁ ଯାଞ୍ଚ କରିଛନ୍ତି । ତେବେ କେଉଁ କାରଣରୁ ନିଆଁ ଲାଗିଛି ତାହା ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ ।
ସ୍କୁଲରେ ଭୟଙ୍କର ଅଗ୍ନିକାଣ୍ଡ ; ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ
ଶ୍ରୀନଗରର ଏକ ଘରୋଇ ସ୍କୁଲରେ ବଡ଼ ଧରଣର ଅଗ୍ନିକାଣ୍ଡ ।ଝରକା ଭାଙ୍ଗି ପଶିଲା ଅଗ୍ନିଶମ ବାହିନୀ । ସମସ୍ତ ଛାତ୍ରଛାତ୍ରୀ ସୁରକ୍ଷିତ ଉଦ୍ଧାର । ନିଆଁ ଲାଗିବାର କାରଣ ଅସ୍ପଷ୍ଟ, ଆୟତ୍ତ ପାଇଁ ଉଦ୍ୟମ ।
/kanak/media/media_files/2024/11/14/TPkMl7KwxMl8Li3NrIzP.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)