କନକ ବ୍ୟୁରୋ: ପାରାଦୀପ ମାଛଧରା ବନ୍ଦରରେ ଭୟଙ୍କର ଅଗ୍ନିକାଣ୍ଡ। ହୁତୁହୁତୁ ହୋଇ ଜଳିଗଲା ୧୦ରୁ ଅଧିକ ମାଛଧରା ବୋଟ। ନିଆଁ ଲିଭାଇବାରେ ନିୟୋଜିତ ୧୦ରୁ ଅଧିକ ଦମକଳ ବାହିନୀ। ପାରାଦୀପ ଏଡିଏମ, ଏଏସପିଙ୍କ ସମେତ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ୫ ଥାନା ଅଧକାରୀ ଏବଂ ପୁଲିସ ବାହିନୀ। ମାଛଧରା ବନ୍ଦରର ୧ ଓ ୨ ନମ୍ବର ଜେଟ୍ଟିକୁ କର୍ଡନ କରିଛି ପ୍ରଶାସନ। ଅଗ୍ନିଶମ ବାହିନୀର କର୍ମଚାରୀମାନେ ଲିଭାଉଛନ୍ତି ନିଆଁ। ଏ ଯାଏଁ ସମ୍ପୂର୍ଣ୍ଣ ଆୟତ୍ତ ହୋଇପାରିନି ନିଆଁ। ମୃତାହତର କୌଣସି ଖବର ନଥିଲେ ସୁଦ୍ଧା ନିଆଁ ଲିଭାଇବା ବେଳେ ଜଣେ ଆହତ ହୋଇଥିବା ଜଣାପଡିଛି। ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ମଝିରେ ମଝିରେ ଗ୍ୟାସ ସିଲିଣ୍ଡର ଫାଟି ବିସ୍ଫୋରଣ ହେଉଛି। ଫଳରେ ନିଆଁ ବ୍ୟାପୁଛି। ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି।

Advertisment