କନକ ବ୍ୟୁରୋ: ଭାରତ-ପାକିସ୍ତାନ ବିଶ୍ବକପ୍ ମୁକାବିଲାକୁ ନେଇ ଶ୍ରୀଲଙ୍କାରେ ନାହିଁ ନଥିବା ଉତ୍ସାହ ପରିଲଖିତ ହୋଇଛି । ଏହି ମ୍ୟାଚ୍ ଦେଖିବାକୁ ଭାରତରୁ ପ୍ରାୟ ୧୮,୦୦୦ ପ୍ରଶଂସକ କଲମ୍ବୋ ଗସ୍ତ କରିଥିବାବେଳେ ପାକିସ୍ତାନରୁ ଆସିଛନ୍ତି ପ୍ରାୟ ୧୨,୦୦୦ ପ୍ରଶଂସକ । ଏହା ବ୍ୟତୀତ ଖେଳାଳିଙ୍କ ସୁରକ୍ଷା ପାଇଁ ପ୍ରାୟ ୨୦୦୦ ସୁରକ୍ଷାକର୍ମୀ ନିଯୁକ୍ତ ହୋଇଛନ୍ତି । ସାମରିକ ବାହିନୀର ପ୍ରାୟ ୬୦୦ ସେନା ବି ଉପସ୍ଥିତ ଥିଲେ ଏହି ମ୍ୟାଚ୍ ଉପରେ ନଜର ରଖିବାକୁ । ସୈଫ ନାମକ ଜଣେ ବେଙ୍ଗାଲୁରୁ କ୍ରିକେଟର୍ ୨ ମାସ ଆଗରୁ ଟିକେଟ୍, ହୋଟେଲ୍ ବୁକିଂ କରିବା ସହ ୩ ଦିନ ଆଗରୁ ବି ପହଞ୍ଚିଯାଇଛନ୍ତି କଲମ୍ବୋରେ । ଅପରାହ୍ଣ ୩ଟାରେ ପ୍ରେମଦାସା ଷ୍ଟାଡିୟମ୍ ଗେଟ୍ ଖୋଲିବ ବୋଲି ଘୋଷଣା କରାଯାଇଥିଲେ ମଧ୍ୟ ପ୍ରଶଂସକମାନେ ୧ଟା ବେଳଠାରୁ ଲମ୍ବା ଲାଇନ୍ରେ ଛିଡ଼ା ହୋଇଯାଇଥିଲେ ।
ଏହା ବି ପଢ଼ନ୍ତୁ: ଟସ୍ ଜିତିଲା ପାକିସ୍ତାନ, ପ୍ରଥମେ ବ୍ୟାଟିଂ କରିବ ଭାରତ
ସ୍ଥାନୀୟ ପ୍ରଶଂସକମାନେ କିନ୍ତୁ ଟିକେଟ୍ ନପାଇ ନିରାଶ ହୋଇଛନ୍ତି । ନିଜ ପସନ୍ଦର ମୁମ୍ବାଇ ଇଣ୍ଡିଆନ୍ସ ଖେଳାଳି ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଯଶପ୍ରୀତ୍ ବୁମରାଙ୍କ ଆକ୍ସନ ଦେଖିବାରୁ ସେ ବଞ୍ଚିତ ହେବେ ବୋଲି କହିଥିଲେ ଲସିଥ ମାଲିଙ୍ଗାଙ୍କ ସିଂହଳୀ ପ୍ରଶଂସକ ରୢାନ୍ ଡି’ ସିଲଭା । ‘ମୁଁ ମାସକ ଭିତରେ ଯାହା ରୋଜଗାର କରେ ଆଜି ଗୋଟିଏ ଦିନରେ ପାଇଛି’ ବୋଲି ସ୍ବୀକାର କରିଥିଲେ ଜଣେ ଜର୍ସି ଭେଣ୍ଡର୍ ।
Follow Us