କନକ ବ୍ୟୁରୋ: ପଥର ଖାଦାନ ବିସ୍ଫୋରଣରେ ଗଲା ୬ ଓଡିଆ ଶ୍ରମିକଙ୍କ ଜୀବନ । ଆନ୍ଧ୍ର ପ୍ରଦେଶରେ ପଥର ଖାଦାନରେ ଅଘଟଣ ଘଟି ୬ ଓଡିଆ ଶ୍ରମିକ ପ୍ରାଣ ହରାଇଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ଦିଗପହଣ୍ଡିର ୪ ଜଣ ଓ ମୋହନାର ୨ ଜଣ ଶ୍ରମିକ । କାମ କରୁଥିବାବେଳେ ହାଠତ ବିସ୍ଫୋରଣ ହୋଇଥିଲା ଓ ଏଥିରେ ଚାପି  ହୋଇଯାଇଥିଲେ ଶ୍ରମିକ ।

Advertisment

ଆନ୍ଧ୍ରପ୍ରଦେଶର ପଥର ଖଣିରେ ଘଟିଥିବା ବିସ୍ଫୋରଣରେ ଚାଲିଯାଇଛି ୬ ଓଡ଼ିଆ ଶ୍ରମିକଙ୍କ ଜୀବନ । ମୃତକଙ୍କ ମଧ୍ୟରେ ଗଞ୍ଜାମ ଦିଗପହଣ୍ଡିରୁ ୪ ଜଣ ଏବଂ ଗଜପତି ଜିଲ୍ଲା ମୋହନାରୁ ୨ଜଣ ଥିବା ଜଣାପଡ଼ିଛି । ଶ୍ରମିକମାନେ ଆନ୍ଧ୍ର ପ୍ରଦେଶ ବପଟ୍‌ଲା ଜିଲ୍ଲା ବାଲିକୁରୁମା ପଥର ଖଣିରେ କାମ କରୁଥିଲେ ।

ଅପରାହ୍ଣରେ ହଠାତ୍ ପଥରରେ ବିସ୍ଫୋରଣ ଘଟିଥିଲା । ଆଉ ପଥର ତଳେ ଚାପି ହୋଇ ୯ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଗୁରୁତର ଥିବା ଜଣାପଡ଼ିଛି । ଉଦ୍ଧାର କାର୍ଯ୍ୟ ଜାରି ଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି । 

ବିସ୍ଫୋରଣ ପରେ ପଥରଖଣି ତଳେ ଚାପି ହୋଇଥିବା ଶ୍ରମିକମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏପଟେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଖବର ପାଇବା ପରେ ମୋହନା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ନିଜ ଆତ୍ମୀୟଙ୍କୁ ହରାଇବା ପରେ କାନ୍ଦବୋବାଳିରେ ଫାଟିପଡ଼ୁଛି ପୂରା ପରିବେଶ । 

ପଥରଖଣିରେ ଏତେବଡ଼ ଅଘଟଣକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଦୁଃଖ ପ୍ରକାଶ କରିଛନ୍ତି । ଗୁରୁତରଙ୍କୁ ଉତ୍ତମ ଚିକିତ୍ସା ସହ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।