କନକ ବ୍ୟୁରୋ : ଭୁବନେଶ୍ବର ଇନଫୋସିଟି ଥାନା ନିକଟରେ ବାଣ ତିଆରି କାରଖାନାରେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣରୁ ବର୍ତ୍ତିଲା ଏକାଧିକ ଜୀବନ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଯେଉଁ ଘରେ ବିସ୍ଫୋରଣ ଘଟିଛି, ସେଠାରେ ୨୧ଜଣ ଝିଅ ଭଡ଼ାରେ ରହୁଥିଲେ । ଆଉ ଯେତେବେଳେ ବିସ୍ଫୋରଣ ଘଟିଲା, ସେତେବେଳେ ଘର ଭିତରେ କେହି ନଥିଲେ । ଯଦି ସେମାନେ ଘରେ ଥାନ୍ତେ, ତାହେଲେ କୌଣସି ଅଘଟଣକୁ ଏଡ଼ାଇ ଦିଆଯାଇପାରିନଥାନ୍ତା । 

Advertisment

ସେପଟେ ବିସ୍ଫୋରଣକୁ ନେଇ ବଡ଼ ପ୍ରଶ୍ନ ଉଠୁଛି ଯେ, ବାଣ ତିଆରି କାରଖାନା ଥାନା ନିକଟରେ ଥାଇ କି, କେମିତି ଜାଣିପାରିଲା ନାହିଁ ପୁଲିସ । ବିନା ଅନୁମତିରେ କିଭଳି ବେଧଡ଼କ ବାଣ ଭିଡ଼ା ହେଉଥିଲା । ରେସିଡେନ୍ସିଆଲ ଅଞ୍ଚଳରେ ବେଆଇନ ବାଣ କାରଖାନା କରିବାକୁ କିଏ ଦେଲା ଅନୁମତି? ବଡ଼ କଥା ହେଉଛି, ବିସ୍ଫୋରଣଟି ଏତେ ଭୟଙ୍କର ଥିଲା ଯେ, ଘରର ଛାତ ଉଡ଼ିଯିବା ସହ ପାଖରେ ଥିବା ଘର ଗୁଡ଼ିକର ଝରକା କବାଟ ମଧ୍ୟ ଉଡ଼ିଯାଇଥିଲା । ଘଟଣା ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଆୟତ୍ତ କରିଛି ।