ଉତ୍ତର ପ୍ରଦେଶ ଫରୁଖାବାଦରେ ବଡ଼ ଅଘଟଣ, କୋଚିଂ ସେଣ୍ଟରରେ ଭୟଙ୍କର ବିସ୍ଫୋରଣ

ଉଡ଼ିଗଲା ଘରର ଛାତ, ୨ ମୃତ, ୫ ଆହତ । ବିସ୍ଫୋରଣର କାରଣ ଅସ୍ପଷ୍ଟ ।

କୋଚିଂ ସେଣ୍ଟରରେ ବିସ୍ଫୋରଣ

କୋଚିଂ ସେଣ୍ଟରରେ ବିସ୍ଫୋରଣ Photograph: (KanaKNews)

କନକ ବ୍ୟୁରୋ;  ବୁଲେଟିନ ଆରମ୍ଭ କରିବା ବଡ ଖବରରୁ । ଉତ୍ତରପ୍ରଦେଶ ଫାରୁଖାବାଦ ଏକ କୋଚିଂ ସେଣ୍ଟରରେ ବଡ଼ ଧରଣର ବିସ୍ଫୋରଣ । ଘଟଣାରେ  ଦଶ ଜଣ ଛାତ୍ର ଗୁରୁତର ଆହତ ହେବା ସହ  ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହା ଏକ କିଲୋମିଟର ଦୂର ପର୍ଯ୍ୟନ୍ତ ଅନେକ ଘରକୁ ଥରାଇ ଦେଇଥିଲା ।

ଦୁର୍ଘଟଣାରେ କୋଚିଂ ସେଣ୍ଟର ସମ୍ପୂର୍ଣ୍ଣଭାବେ ଭୁଶୁଡ଼ି ପଡ଼ିଛି  ଘଟଣାସ୍ଥଳରୁ କିଛି ଛାତ୍ରଙ୍କ ଶରୀରରୁ ମାଂସ ଖଣ୍ଡ ପଡ଼ିଥିବା ଦେଖି ବିସ୍ଫୋରଣର ତୀବ୍ରତା ଅନୁମାନ କରାଯାଇପାରେ । ସୂଚନା ପାଇବା ପରେ, ଫତେଗଡ଼ ଏବଂ କାଦରୀ ଗେଟ୍ ଥାନା ପୋଲିସ ସହିତ ଦୁଇଟି ଅଗ୍ନିଶମ ବାହିନୀ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ କୋଚିଂ ସେଣ୍ଟରରେ ଉପସ୍ଥିତ ଜଣେ ଶିକ୍ଷକଙ୍କୁ ଅଟକ ରଖିଛି ଏବଂ ଘଟଣାର କାରଣ ଖୋଜୁଛି । ସିଟି ମାଜିଷ୍ଟ୍ରେଟ୍ ସଞ୍ଜୟ କୁମାର ବଂଶଲ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଏବଂ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe