କନକ ବ୍ୟୁରୋ; ବୁଲେଟିନ ଆରମ୍ଭ କରିବା ବଡ ଖବରରୁ । ଉତ୍ତରପ୍ରଦେଶ ଫାରୁଖାବାଦ ଏକ କୋଚିଂ ସେଣ୍ଟରରେ ବଡ଼ ଧରଣର ବିସ୍ଫୋରଣ । ଘଟଣାରେ ଦଶ ଜଣ ଛାତ୍ର ଗୁରୁତର ଆହତ ହେବା ସହ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହା ଏକ କିଲୋମିଟର ଦୂର ପର୍ଯ୍ୟନ୍ତ ଅନେକ ଘରକୁ ଥରାଇ ଦେଇଥିଲା ।
ଦୁର୍ଘଟଣାରେ କୋଚିଂ ସେଣ୍ଟର ସମ୍ପୂର୍ଣ୍ଣଭାବେ ଭୁଶୁଡ଼ି ପଡ଼ିଛି ଘଟଣାସ୍ଥଳରୁ କିଛି ଛାତ୍ରଙ୍କ ଶରୀରରୁ ମାଂସ ଖଣ୍ଡ ପଡ଼ିଥିବା ଦେଖି ବିସ୍ଫୋରଣର ତୀବ୍ରତା ଅନୁମାନ କରାଯାଇପାରେ । ସୂଚନା ପାଇବା ପରେ, ଫତେଗଡ଼ ଏବଂ କାଦରୀ ଗେଟ୍ ଥାନା ପୋଲିସ ସହିତ ଦୁଇଟି ଅଗ୍ନିଶମ ବାହିନୀ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ କୋଚିଂ ସେଣ୍ଟରରେ ଉପସ୍ଥିତ ଜଣେ ଶିକ୍ଷକଙ୍କୁ ଅଟକ ରଖିଛି ଏବଂ ଘଟଣାର କାରଣ ଖୋଜୁଛି । ସିଟି ମାଜିଷ୍ଟ୍ରେଟ୍ ସଞ୍ଜୟ କୁମାର ବଂଶଲ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଏବଂ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି ।