୨୯ଟିକିଆ ହାତୀପଲ ଉପଦ୍ରବରେ ବ୍ୟାପକ ଧାନ ଫସଲ ନଷ୍ଟ: ସେପଟେ ଦେବଗଡ଼ ବନଖଣ୍ଡ ପୋଡାଡିହ ଗାଁରେ ବୃଦ୍ଧଙ୍କୁ ଦଳି ମାରିଦେଲା ହାତୀ

Advertisment

ଗତ ସପ୍ତାହରେ ମୟୂରଭଞ୍ଜର କରଞ୍ଜିଆ ରେଞ୍ଜରୁ ଆସିଥିବା ୨୯ଟିକିଆ ହାତୀପଲ ଚମ୍ପୁଆ ରେଞ୍ଜରେ ବ୍ୟାପକ ଉପଦ୍ରବ ଜାରି ରଖିଛନ୍ତି । ଚମ୍ପୁଆ ରେଞ୍ଜର ରଜିଆ ପତଳା, ସରେଇ, ଟୁଣୁଟୁଣା, କାଟୁଳିକନା, ଭଣ୍ଡା ଓ ମଙ୍ଗଳପୁରରେ ବ୍ୟାପକ କ୍ଷୟକ୍ଷତି କରିଛନ୍ତି ହାତୀପଲ ।

ଗତ ସପ୍ତାହରେ ମୟୂରଭଞ୍ଜର କରଞ୍ଜିଆ ରେଞ୍ଜରୁ ଆସିଥିବା ୨୯ଟିକିଆ ହାତୀପଲ ଚମ୍ପୁଆ ରେଞ୍ଜରେ ବ୍ୟାପକ ଉପଦ୍ରବ ଜାରି ରଖିଛନ୍ତି । ଚମ୍ପୁଆ ରେଞ୍ଜର ରଜିଆ ପତଳା, ସରେଇ, ଟୁଣୁଟୁଣା, କାଟୁଳିକନା, ଭଣ୍ଡା ଓ ମଙ୍ଗଳପୁରରେ ବ୍ୟାପକ କ୍ଷୟକ୍ଷତି କରିଛନ୍ତି ହାତୀପଲ ।

6

Photograph: (kanak news)

କନକ ବ୍ୟୁରୋ: କେନ୍ଦୁଝର ଚମ୍ପୁଆ ରେଞ୍ଜ ବସାସାହିରେ ହାତୀ ଆତଙ୍କ । ୨୯ଟିକିଆ ହାତୀପଲ ଉପଦ୍ରବରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବା ବେଳେ ଗୋଟିଏ ଘର ଭାଙ୍ଗି ଘର ଭିତରୁ ଧାନ ଚାଉଳ ଖାଇ ଯାଇଛନ୍ତି ହାତୀପଲ । ଗତ ସପ୍ତାହରେ ମୟୂରଭଞ୍ଜର କରଞ୍ଜିଆ ରେଞ୍ଜରୁ ଆସିଥିବା ୨୯ଟିକିଆ ହାତୀପଲ ଚମ୍ପୁଆ ରେଞ୍ଜରେ ବ୍ୟାପକ ଉପଦ୍ରବ ଜାରି ରଖିଛନ୍ତି । ଚମ୍ପୁଆ ରେଞ୍ଜର ରଜିଆ ପତଳା, ସରେଇ, ଟୁଣୁଟୁଣା, କାଟୁଳିକନା, ଭଣ୍ଡା ଓ ମଙ୍ଗଳପୁରରେ ବ୍ୟାପକ କ୍ଷୟକ୍ଷତି କରିଛନ୍ତି ହାତୀପଲ । ଏହାପରେ ଗତରାତି ସରେଇ ଗାଁଦେଇ ଚନ୍ଦ୍ରଶେଖରପୁର ଅଞ୍ଚଳରେ ପହଞ୍ଚି ବସାସାହିରେ ରଞ୍ଜନ ମୁଣ୍ଡାଙ୍କ ଘର ଭାଙ୍ଗିଦେଇ ଘର ଭିତରୁ ଧାନ ଚାଉଳ ଖାଇ ଯାଇଛନ୍ତି। ହାତୀପଲ, ଗାଁରେ ବ୍ୟାପକ ଧାନ ଫସଲ ନଷ୍ଟ କରି ଗାଁ ବିଲକୁ ନଷ୍ଟ କରିଛନ୍ତି। ବନ ବିଭାଗ ଘଟଣାସ୍ଥଳରେ ଥିଲେ ସୁଦ୍ଧା ହାତୀ ପଲଙ୍କୁ ନିୟନ୍ତ୍ରଣ କରିପାରୁ ନାହିଁ। 

ଦେବଗଡ଼ ବନଖଣ୍ଡ ପୋଡାଡିହ ର୍ଗାରେ ବୃଦ୍ଧଙ୍କୁ ଦଳୀ ମାରିଦେଲା ହାତୀ । ମୃତକ ପୋଡାଡ଼ିହ ଗାଁର ଈଶ୍ୱର ପେଣ୍ଠେଇ । କଦଳୀପାଳ ଗାଁରୁ ନିଜ ଗାଁ ପୋଡାଡିହକୁ ବାଇକ ଯୋଗେ ନିଜ ପୁଅ ସହ ଫେରୁଥିଲେ ଈଶ୍ବର । ଏତିକି ବେଳେ ମଝି ରାସ୍ତାରେ ହାତୀପଲକୁ ଦେଖି ବାଇକକୁ ପଛକୁ ବୁଲାଇବା ସମୟରେ ଈଶ୍ୱର ବାଇକରୁ ଓଲ୍ହାଇ ଦୌଡ଼ି ପଳାଇବାକୁ ଉଦ୍ୟମ କରୁଥିଲେ । ଏହି ସମୟରେ ଦନ୍ତା ହାତୀ ଗୋଡ଼ାଇ ଗୋଡ଼ାଇ ବିଲ ମଝିରେ ତାଙ୍କୁ ଦଳୀ ମାରିଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe