କନକ ବ୍ୟୁରୋ : ଭୁବନେଶ୍ୱରରେ ବଲିଉଡର ସୁପରଷ୍ଟାର ଅକ୍ଷୟ କୁମାର । ଅକ୍ଷୟ କୁମାରଙ୍କୁ ଦେଖିବାକୁ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଖଚାଖଚ ଭିଡ଼ । ରାଜସ୍ଥାନ ଯୋଧପୁରରୁ ଭିଏତନାମକୁ ଯାଇଛନ୍ତି ଅକ୍ଷୟ କୁମାର । ତେବେ ସ୍ପେଶାଲ କନେକ୍ଟିଂ ଫ୍ଲାଇଟ ଭୁବନେଶ୍ୱରରୁ ଥିବାରୁ ଏଠାରେ କିଛି ସମୟ ରହିଥିଲେ ଅକ୍ଷୟ । ପରେ ଭୁବନେଶ୍ୱରରୁ ଭିଏତନାମକୁ ସ୍ପେଶାଲ ଫ୍ଲାଇଟରେ ଉଡାଣ ଭରିଛନ୍ତି ଅକ୍ଷୟ । ଭୁବନେଶ୍ୱରରେ ଅକ୍ଷୟ କୁମାର ଥିବା ଜାଣିବା ପରେ ତାଙ୍କୁ ଦେଖିବାକୁ ହଜାର ହଜାର ପ୍ରଂଶସକଙ୍କ ଭିଡ଼ ଜମିଥିଲା । ଏଥିପାଇଁ ବିମାନବନ୍ଦର ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା ।
ଭୁବନେଶ୍ୱର ବିମାନବନ୍ଦରରେ ଖିଲାଡି କୁମାର; ଅକ୍ଷୟଙ୍କୁ ଦେଖିବାକୁ ପ୍ରଂଶସକଙ୍କ ଭିଡ଼
ସ୍ପେଶାଲ କନେକ୍ଟିଂ ଫ୍ଲାଇଟ ଭୁବନେଶ୍ୱରରୁ ଥିବାରୁ ଏଠାରେ କିଛି ସମୟ ରହିଥିଲେ ଅକ୍ଷୟ । ପରେ ଭୁବନେଶ୍ୱରରୁ ଭିଏତନାମକୁ ସ୍ପେଶାଲ ଫ୍ଲାଇଟରେ ଉଡାଣ ଭରିଛନ୍ତି ଅକ୍ଷୟ । ଭୁବନେଶ୍ୱରରେ ଅକ୍ଷୟ କୁମାର ଥିବା ଜାଣିବା ପରେ ତାଙ୍କୁ ଦେଖିବାକୁ ହଜାର ହଜାର ପ୍ରଂଶସକଙ୍କ ଭିଡ଼ ଜମିଥିଲା ।
/kanak/media/media_files/2025/12/04/akshay-kumar-2025-12-04-16-14-01.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)