ଖଣି ଅଧିକାରୀଙ୍କ ଉଭା ଯେତେ ପୋତା ସେତେ , ୮୦ ଦିନରେ ଧରାପଡିଲେଣି ୪୦ଦୁର୍ନୀତିଗ୍ରସ୍ତ ବାବୁ ।

ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘରେ ଭିଜିଲାନ୍ସ। ଆୟଠୁ ଅଧିକ ଠୁଳ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରୁଛି ଭିଜିଲାନ୍ସ।

ଅଦ୍ୟତନ ହୋଇଛି
offcier

କନକବ୍ୟୁରୋ: ଆୟବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ, ଖଣି ବିଭାଗ ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ ବେଳେ ସାମ୍ନାକୁ ଆସିଛି ଏଭଳି ଚିତ୍ର। ବାବୁଙ୍କ ପଟିଆ ସ୍ଥିତ ବାସଭବନରୁ ଜବତ ହୋଇଛି ପାଖାପାଖି ୬ଲକ୍ଷ ଟଙ୍କା। ସେହିପରି ତାଙ୍କ ତାଳଚେର ବାସଭବନରୁ ୪ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି।  ୨୦୧୪ ରେ ମାଇନିଂ ଅଫିସର ଭାବେ କୋରାପୁଟରେ ଚାକିରିରେ ଯୋଗ ଦେଇଥିଲେ ଧରଣୀଧର ନାୟକ । ୭ ବର୍ଷ ଚାକିରି ପରେ ପଦୋନ୍ନତି ପାଇ ତାଳଚେର ଖଣି  ଉପନିର୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି ।

ତେବେ ମାତ୍ର ଏହି ୧୦ବର୍ଷ ଭିତରେ ବାବୁ ଠୁଳ କରିଛନ୍ତି ଅମାପ ସମ୍ପତ୍ତି।  ଏଥିସହ ତାଙ୍କର ଏକାଧିକ ବ୍ୟାଙ୍କ ଆକାଉଁଟ, ଫିକ୍ସ ଡିପୋଜିଟ୍ ଏବଂ ଅନ୍ୟାନ୍ୟ ସମ୍ପତିର ଖୋଳତାଡ କରୁଛନ୍ତି ତଦନ୍ତକାରୀ ଟିମ୍।  ତେବେ ବଡ କଥା ହେଉଛି, କେବଳ ଏହି ବାବୁ ଜଣଙ୍କ ନୁହଁନ୍ତି ମୋହନ ସରକାର ଆସିବା ପରେ ମାତ୍ର ୮୦ ଦିନରେ ୩୯ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ ଭିଜିଲାନ୍ସ ଛାଟ ପଡିଛି। ପ୍ରାୟ ୫୦ କୋଟିର ଆୟ ବହିର୍ଭୁତ ସମ୍ପତ୍ତି ଜବତ ହୋଇଛି। ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପୂର୍ବତନ ବରିଷ୍ଠ ଅଧିକାରୀ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe