କନକ ବ୍ୟୁରୋ : ଗରଦପୁର ବ୍ଲକରେ ସାମ୍ନାକୁ ଆସିଛି ସ୍ବଛ ଭାରତ ଯୋଜନାରେ ପାଇଖାନା ଦୁର୍ନୀତି ଘଟଣା । ସୂଚନା ଅଧିକାର ଆଇନ୍ ବଳରେ ଦୁର୍ନୀତିର ମୁଖା ଖୋଲିଛନ୍ତି ମଧୁଶାସନ ପଞ୍ଚାୟତର ସୂଚନା ଅଧିକାର କର୍ମୀ ପଦ୍ମଚରଣ ସାହୁ। ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମିଲିଭଗତରେ ପାଇଖାନା ଟଙ୍କା ବାଟମାରଣା ଅଭିଯୋଗ ହୋଇଛି ।
ମାଆଙ୍କ ଫଟୋ ଧରି ଛିଡା ହୋଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ମଧୁଶାସନ ଗାଁର ସଂଜୟ କୁମାର ଦାସ। ସଞ୍ଜୟଙ୍କ ମା' ସରୋଜବାଳା ଦାସ ୨୦୧୯ରୁ ମୃତ୍ୟୁବରଣ କଲେଣି । କିନ୍ତୁ ୨୦୨୨ ଆର୍ଥିକ ବର୍ଷରେ ତାଙ୍କ ନାଁରେ ମିଥ୍ୟା ବିଲ୍ କରି ଟଙ୍କା ଉଠିଥିବା ଅଭିଯୋଗ କରିଛନ୍ତି ସଂଜୟ । ମଧୁଶାସନ ପଞ୍ଚାୟତର ବିଭିନ୍ନ ୱାର୍ଡରେ ସୁରେଶ ବେହେରା ଓ କୈଳାସ ବେହେରାଙ୍କୁ ମିଶାଇ ୫ ଜଣ ମୃତ ବ୍ୟକ୍ତି ଓ ୫୦ରୁ ଅଧିକ ହିତାଧିକାରୀଙ୍କ ନାଁରେ ମିଥ୍ୟା ବିଲ୍ କରି ପାଇଖାନା ଅର୍ଥ ହରିଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଏଭଳି ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ମଧୁଶାସନ ପଞ୍ଚାୟତବାସୀ। ସେପଟେ ଏ ସଂପର୍କରେ କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି, ସେମିତି କେବେ ହେଇନଥିବ।
ସ୍ବଚ୍ଛ ଭାରତ ପାଇଖାନା ନିର୍ମାଣରେ ମହାଦୁର୍ନୀତି । ମୃତ ବ୍ୟକ୍ତିଙ୍କ ନାଁରେ ମିଥ୍ୟା ବିଲ କରି ଲକ୍ଷାଧିକ ଟଙ୍କା ହରିଲୁଟ ଅଭିଯୋଗ ।
ମୃତ ବ୍ୟକ୍ତିଙ୍କ ନାଁରେ ମିଥ୍ୟା ବିଲ କରି ଲକ୍ଷାଧିକ ଟଙ୍କା ହରିଲୁଟ ଅଭିଯୋଗ । ତଦନ୍ତ ଦାବି କଲେ ଗରଦପୁର ବ୍ଲକ ମଧୁଶାସନ ପଞ୍ଚାୟତବାସୀ ।
/kanak/media/media_files/2025/01/27/kB6NcTF5UCYTTPWF0RQM.jpg)