RSS ମୁଖ୍ୟ ମୋହନ ଭାଗବତଙ୍କ ବଡ଼ ପୂର୍ବାନୁମାନ, କହିଲେ ଭାଗ ଭାଗ ହେଇଯିବ ଇଂଲଣ୍ଡ

Advertisment

ଆର୍‌ଏସ୍‌ଏସ୍ ମୁଖ୍ୟ ମୋହନ ଭାଗବତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଭାରତର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ । ସେ କହିଥିଲେ ଉଇନଷ୍ଟନ୍ ଚର୍ଚ୍ଚିଲ ଦିନେ କହିଥିଲେ ତୁମକୁ ସ୍ୱାଧୀନତା ମିଳିଲେ ତୁମେମାନେ ବାଣ୍ଟି ହୋଇଯିବ ।

ଆର୍‌ଏସ୍‌ଏସ୍ ମୁଖ୍ୟ ମୋହନ ଭାଗବତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଭାରତର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ । ସେ କହିଥିଲେ ଉଇନଷ୍ଟନ୍ ଚର୍ଚ୍ଚିଲ ଦିନେ କହିଥିଲେ ତୁମକୁ ସ୍ୱାଧୀନତା ମିଳିଲେ ତୁମେମାନେ ବାଣ୍ଟି ହୋଇଯିବ ।

49

କନକ ବ୍ୟୁରୋ: ପ୍ରବାସୀଙ୍କୁ ବିରୋଧ କରି ଲଣ୍ଡନରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ ହୋଇଥିଲା । ଏହା ସାରା ଦେଶରେଏକ ପ୍ରବାସୀ ବିରୋଧୀ ଭାବନା ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି । ୟୁନାଇଟ ଦି କିଙ୍ଗ୍‌ଡମ୍‌ ବ୍ୟାନର୍‌ରେ ଏକ ବିଶାଳ ଶୋଭାଯାତ୍ରାରେ ବାହାରିଥିଲେ ଲୋକେ । ଗତ ସେପ୍ଟେମ୍ବର ୧୩ ତାରିଖରେ ଏହି ବିକ୍ଷୋଭ ପ୍ରଦର୍ଶନରେ ପ୍ରାୟ ଏକ ଲକ୍ଷ ଲୋକ ସାମିଲ ହୋଇ ସରକାରଙ୍କୁ ଟାର୍ଗେଟ କରିଥିଲେ । ପ୍ରବାସୀ ନୀତି ବିରୁଦ୍ଧରେ ଏହା ସବୁଠାରୁ ବଡ଼ ପ୍ରତିବାଦ ବୋଲି କୁହାଯାଇଥିଲା । ସେପଟେ ଏହି ପ୍ରତିବାଦକୁ ବିରୋଧ କରି ଧାରଣା ଦେଇଥିଲେ ୫ ହଜାର ଲୋକ ।  ଷ୍ଟାଣ୍ଡ୍‌ ଅପ୍‌ ଟୁ ରେସିଜିମ୍‌ ବ୍ୟାନରରେ ହୋଇଥିଲା ବିକ୍ଷୋଭ ପ୍ରଦର୍ଶନ । ଇଂଲଣ୍ଡର ଏଭଳି ସ୍ଥିତିକୁ ନେଇ ମଧ୍ୟପ୍ରଦେଶର ଇନ୍ଦୋରରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ବଡ଼ କଥା କହିଥିଲେ ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାବବତ । କହିଥିଲେ ଦିନେ ଆମକୁ ବାଣ୍ଟିଥିଲା ଇଂଲଣ୍ଡ । ଏବେ ଇଂଲଣ୍ଡ ବାଣ୍ଟିହେବା ସ୍ଥିତିକୁ ଆସିଲାଣି ।

ମଧ୍ୟ ପ୍ରଦେଶ ଇନ୍ଦୋରରେ ନର୍ମଦା ପରିକ୍ରମା ନାମକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଆର୍‌ଏସ୍‌ଏସ୍ ମୁଖ୍ୟ ମୋହନ ଭାଗବତ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଭାରତର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ । ସେ କହିଥିଲେ ଉଇନଷ୍ଟନ୍ ଚର୍ଚ୍ଚିଲ ଦିନେ କହିଥିଲେ ତୁମକୁ ସ୍ୱାଧୀନତା ମିଳିଲେ ତୁମେମାନେ ବାଣ୍ଟି ହୋଇଯିବ । ଆଜି ଇଂଲଣ୍ଡ ଭାଗଭାଗ ହେବାକୁ ବସିଛି । ଆମେ ଦ୍ରୁତ ଗତିରେ ବିକାଶ କରୁଛୁ । କେବେ ଆମ ବାଣ୍ଟି ହୋଇଯାଇଥିଲୁ, କିନ୍ତୁ କେବେ ନା କେବେ ପୁଣି ମିଶିଯିବୁ । ସେ କଳା ଆମ ପାଖରେ ଅଛି ।  ଏହା ଆମର ଜୀବନ ବିଦ୍ୟା । ଭାରତ ଆସ୍ଥା ଏବଂ ତର୍କର ଭୂମି । ଏଣୁ ଆମ ବିକାଶ ଦେଖି ପଶ୍ଚିମ ଦେଶଗୁଡ଼ିକ ଇର୍ଶା କରୁଛନ୍ତି । 

ଗତ ସେପ୍ଟେମ୍ବର ୧୩ ତାରିଖରେ ଲଣ୍ଡନରେ ବ୍ୟାପକ ଅସ୍ଥିରତା ଦେଖା ଦେଇଥିଲା । ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ରୋକିବାକୁ ବ୍ୟାରିକେଡ୍‌ ସ୍ଥାପନ କରିବାକୁ ପଡ଼ିଥିଲା । ଅନେକ ପୁଲିସ ଅଫିସରଙ୍କୁ ଉପରେ ବି ଆକ୍ରମଣ ହୋଇଥିଲା । ଏହି ଆନ୍ଦୋଳନ ଆଗକୁ କି ରୂପ ନେବ ତାହା ଆକଳନ କରିବା ମୁସ୍କିଲ୍‌ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe