ଗଣପତିଙ୍କ ବିସର୍ଜନ ପାଇଁ ଦୁଲୁକୁଛି ମହାରାଷ୍ଟ୍ର ; ସୁରକ୍ଷା ପାଇଁ ୨୧ ହଜାର ପୁଲିସ ମୁତୟନ

ଭକ୍ତି ଓ ଶ୍ରଦ୍ଧା ସହ ଗଣପତିଙ୍କୁ ବିସର୍ଜନ କରୁଛନ୍ତି ଶ୍ରଦ୍ଧାଳୁ । ଢୋଲବାଜା ଓ ବିଶାଳ ଶୋଭାଯାତ୍ରାରେ କମ୍ପୁଛି ମହାରାଷ୍ଟ୍ର । ୨୧ ହଜାର ପୁଲିସ ନିୟୋଜିତ, ଜଗିଛି ୧୦ ହଜାର ସିସିଟିଭି କ୍ୟାମେରା ।

29

କନକ ବ୍ୟୁରୋ: ପ୍ରତିବର୍ଷ ପରି ଚଳିତଥର ମଧ୍ୟ ଗଣପତି ବପ୍ପାଙ୍କ ବିସର୍ଜନରେ ଦୁଲୁକୁଛି ମହାରାଷ୍ଟ୍ର । ନୀତି,ବିଦ୍ଧିବିଧାନରେ ମହାଆଡମ୍ବରରେ ଗଣପତିଙ୍କ ବିସର୍ଜନ କରାଯାଉଛି । ସୁରକ୍ଷା ପାଇଁ ନିୟୋଜିତ ହୋଇଛନ୍ତି ୨୧ ହଜାର  ପୁଲିସ । 

 ସୁଖ,ସମୃଦ୍ଧି,ଶାନ୍ତି ନେଇ ଆସିଥିଲେ ଆଶୀର୍ବାଦ ଦେଇ ଫେରିଗଲେ । ୧୦ଦିନ ଧରି ପୂଜାମଣ୍ଡପ ଓ ଘରେ ଘରେ ପୂଜା ପାଇବା ପରେ ବାହୁଡିଯାଉଛନ୍ତି ଗଣପତି ବାପ୍ପା । ଢ଼ୋଲ, ବାଜା, ମୃଦୁଙ୍ଗରେ କମ୍ପୁଛି ମହାରାଷ୍ଟ୍ର ।କେଉଁଠି ରଙ୍ଗ ଖେଳ ତ ପୁଣି କେଉଁଠି ପୁଷ୍ପବର୍ଷା । ବିଘ୍ନ ବିନାଶକଙ୍କୁ ଶ୍ରଦ୍ଧା ଓ ଭକ୍ତିର ସହ ବିଦାୟ ଦେଇଛନ୍ତି ଶ୍ରଦ୍ଧାଳୁ ।ପ୍ରତିବର୍ଷ ପରି ଏଥରକ ମଧ୍ୟ ମହାରାଷ୍ଟ୍ରରେ ବିଶାଳ ବିସର୍ଜନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ବଡ ବଡ ମୂର୍ତ୍ତିକୁ ଅତି ସୁରକ୍ଷିତ ଭାବେ ନିଆଯାଇ ସମୁଦ୍ର ଓ ଛୋଟ ମୂତ୍ତିକୁ କୁତ୍ରିମ ଜଳାଶୟରେ ଭସାଯାଇଛି ।

ବିସର୍ଜନକୁ ସୁରୁଖୁରରେ ସମାପନ କରିବାକୁ ମହାରାଷ୍ଟ୍ର ପୁଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।୨୧ହଜାର ପୁଲିସ ବିଭିନ୍ନ ସ୍ଥାନକୁ ଜଗିରହିଛି ।ସେପଟେ ୧୦ ହଜାର ସିସିଟିଭି କ୍ୟାମେରାକୁ ମଧ୍ୟ ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ଲଗାଯାଇଛି ।ତେବେ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ପ୍ରଥମଥର ପାଇଁ ଏଆଇ ବ୍ୟବହାର ମଧ୍ୟ କରାଯାଇଛି ।ତେବେ ଆସନ୍ତାବର୍ଷ ପୁଣି ଆସିବାକୁ ଗଣପତିଙ୍କୁ ପ୍ରାର୍ଥନା କରି ବିସର୍ଜନ କରିଛନ୍ତି ଶ୍ରଦ୍ଧାଳୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe