କନକ ବ୍ୟୁରୋ : ହୋଲି ଦିନ ରାଜଧାନୀ ଭୁବନେଶ୍ବରରେ ଦୁଇ ଦୁଇଟି ହତ୍ୟାକାଣ୍ଡ ପରେ ଲୋକ ଭୟଭୀତ ହୋଇପଡ଼ିଛନ୍ତି । ମଦ ପାଇଁ ହତ୍ୟାକାଣ୍ଡ ଘଟିଥିବା ଓ ଦୁଇଟି ଟିମ୍ ଗଠନ କରି ପୁଲିସ ତଦନ୍ତ କରୁଥିବା କହୁଛି କିନ୍ତୁ ପୁଲିସର ପାରିବା ପଣିଆ ଉପରେ ଲୋକ ପ୍ରଶ୍ନ ଉଠାଇଛନ୍ତି ।
ହୋଲିଦିନ ଭୁବନେଶ୍ୱର ଶାନ୍ତିପଲ୍ଲୀ ବସ୍ତିରେ ଗୋପୀ ଗୁଣି ନାମକ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଦୁର୍ବୃତ୍ତ ହତ୍ୟା କରିଛନ୍ତି । ଜୀବନ ବିକଳରେ ଘରେ ଲୁଚିବାକୁ ଯାଉଥିବା ଗୋପୀଙ୍କୁ ଘର ସାମ୍ନାରେ ଛୁରି ଭୁସି ହତ୍ୟା କରାଯାଇଛି । ଅଟକାଇବାକୁ ଚେଷ୍ଟା କରିବାରୁ ଗୋପୀଙ୍କ ପତ୍ନୀଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା। ସେହିପରି ସମେଇ ଗାଡ଼ିଆରେ ଆୟୁଷ୍ମାନ ପତି ନାମକ ଯୁବକଙ୍କୁ ହତ୍ୟା କରାଯାଇଛି । ପୁର୍ବ ଶତୃତାରୁ ରାସ୍ତା ଉପରେ ବ୍ଲେଡରେ ଦୁର୍ବୃତ୍ତ ବେକ ଓ ଦେହକୁ କାଟି ଆୟୁଷ୍ଣାନ ପତିଙ୍କୁ ହତ୍ୟା କରିଛନ୍ତି। ଏହା ପରେ ରାଜଧାନୀକୁ ଅସୁରକ୍ଷିତ ମଣି ଲୋକ ଗାଁକୁ ପଳାଇବେ ବୋଲି କହିଲେଣି ।
ହୋଲିରେ ରାଜଧାନୀରେ ଦୁଇ ଦୁଇଟି ହତ୍ୟା ପରେ ପୁଲିସ ସ୍ୱତନ୍ତ୍ର ଟିମ୍ ଗଠନ କରି ଖୋଳତାଡ଼ ଆରମ୍ଭ କରିଛି । ମଦ ପାଇଁ ହତ୍ୟାକାଣ୍ଡ ଘଟିଥିବା କହିଛି ପୁଲିସ । ମଞ୍ଚେଶ୍ୱର ଥାନା ପୁଲିସ ଦୁଇ ଜଣକୁ ଅଟକ ରଖି ପଚରାଉଚରା କରୁଥିବା ବେଳେ, ସହିଦନଗର ପୁଲିସ ହାତ ଏବେ ବି ଖାଲି ରହିଛି ।