କନକ ବ୍ୟୁରୋ : ଗନ୍ଧମାର୍ଦ୍ଦନ ପର୍ବତର ସୁରକ୍ଷା ପାଇଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା । ବଲାଙ୍ଗିର ଓ ବରଗଡ଼ ଜିଲ୍ଲାରେ ପରିବ୍ୟାପ୍ତ ଗନ୍ଧମାର୍ଦ୍ଦନ ପର୍ବତ ଅଞ୍ଚଳରେ ଆଦାନୀ କମ୍ପାନି ଜମି କିଣିବା ନେଇ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଗନ୍ଧମାର୍ଦ୍ଦନ ସୁରକ୍ଷା ପାଇଁ ଗନ୍ଧମାର୍ଦ୍ଦନ ସୁରକ୍ଷା କମିଟି ପକ୍ଷରୁ ଅସ୍ତ୍ରଶସ୍ତ୍ର ଧରି ବିରାଟ ଶୋଭାଯାତ୍ରା ସହ ବିଡିଓଙ୍କୁ ଦାବିପତ୍ର ଦିଆଯାଇଛି । ଏହାଛଡ଼ା ଖପ୍ରାଖୋଲ ତହସିଲ ଅଫିସ ସମ୍ମ୍ବୁଖରେ ଗନ୍ଧମାର୍ଦ୍ଦନ ଯୁବ ପରିଷଦ ପକ୍ଷରୁ ଶାନ୍ତିପୂର୍ଣ୍ଣ ଗଣଧାରଣା ଦିଆଯାଇଛି ।
ସରକାର ନୂଆ ଗନ୍ଧମାର୍ଦ୍ଦନ ସୁରକ୍ଷା ଆଇନ ଆଣିବା ଏବଂ ଏନେଇ ଲିଖିତ ପ୍ରତିଶ୍ରୁତି ନ ମିଳିବା ଯାଏ ଗଣଧାରଣା ଚାଲିବ । ସରକାର ଏହି ଘଟଣାରେ ଦୃଢ଼ ପଦକ୍ଷେପ ନନେଲେ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2024/11/26/4a801nh8qVT1oHrjQZh1.jpg)