ମଦ ବିରୋଧରେ ତାତିଲେ ମହିଳା ; ରାସ୍ତାକୁ ଓହ୍ଲାଇଲେ ଶହଶହ ମହିଳା

Advertisment

ବାଲେଶ୍ୱର ଭୋଗରାଇରେ ମଦ ବିରୋଧରେ ତାତିଲେ ମହିଳା । ଚୋରା ମଦଭାଟି ବନ୍ଦ ଓ ପଞ୍ଚାୟତକୁ ନିଶାମୁକ୍ତ କରିବା ଦାବିରେ ଆନ୍ଦୋଳନ । ୫୦ରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ପ୍ଲାକାର୍ଡ ଧରି ବିକ୍ଷୋଭ ।

ବାଲେଶ୍ୱର ଭୋଗରାଇରେ ମଦ ବିରୋଧରେ ତାତିଲେ ମହିଳା । ଚୋରା ମଦଭାଟି ବନ୍ଦ ଓ ପଞ୍ଚାୟତକୁ ନିଶାମୁକ୍ତ କରିବା ଦାବିରେ ଆନ୍ଦୋଳନ । ୫୦ରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ପ୍ଲାକାର୍ଡ ଧରି ବିକ୍ଷୋଭ ।

wine=++++

କନକ ବ୍ୟୁରୋ:  ମଦ ବିରୋଧରେ ମାତିଲେ ମହିଳା। ରାଜରାସ୍ତାରେ ପ୍ଲାକାର୍ଡ ଧରି ବିକ୍ଷୋଭ। ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳ ନିଶା ମାଫିଆଙ୍କ ହବ୍ ପାଲଟିଛି। ବାରମ୍ବାର ଅଭିଯୋଗ ସତ୍ତେ୍ୱ ଚୋରା ମଦ ବ୍ୟବସାୟୀ ମାନେ ଅବକାରୀ ପୋଲିସକୁ ଚକ୍‌ମା ଦେଇ ସେମାନଙ୍କ ନିଶା ସାମ୍ରାଜ୍ୟ ଚଳାଇଛନ୍ତି। ଏହା ବିରୋଧରେ ଭୋଗରାଇ ବ୍ଲକର ୫୦ରୁ ଅଧିକ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏକାଠି ହୋଇଛନ୍ତି। ଚୋରା ମଦଭାଟି ବନ୍ଦ ସହିତ ନିଜ ନିଜ ପଞ୍ଚାୟତକୁ ନିଶାମୁକ୍ତ କରିବାକୁ ଅଣ୍ଟା ଭିଡ଼ିଛନ୍ତି ମହିଳାମାନେ।

ମଦ ବିକ୍ରି ବନ୍ଦ ଦାବିରେ ପ୍ଲାକାର୍ଡ ଧରି ଶୋଭାଯାତ୍ରା । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ପାଲଟିଛି ଚୋରା ମଦ ବେପାରୀଙ୍କ ହବ୍‌ । ପୁଲିସ ଓ ଅବକାରୀ ବିଭାଗକୁ ଚକମା ଦେଇ ନିଶା ସାମ୍ରାଜ୍ୟ ବଢ଼ାଇ ଚାଲିଛନ୍ତି ମଦ ବ୍ୟବସାୟୀ । ବିଭିନ୍ନ ସ୍ଥାନରେ ଗଢ଼ି ଉଠିଛି ଚୋରା ମଦ ଭାଟି । ଯାହାକୁ ବିରୋଧ କରି ଭୋଗରାଇ ବ୍ଲକ ପସରବିନ୍ଧା ପଞ୍ଚାୟତର ଶହଶହ ମହିଳା ଏକାଠି ହୋଇଛନ୍ତି । ନିଜ ପଞ୍ଚାୟତକୁ ଆଦର୍ଶ ପଞ୍ଚାୟତ ଭାବରେ ଗଢି ତୋଳିବାର ସ୍ଲୋଗାନ ଦେଇ ଶୋଭାଯାତ୍ରାରେ ଗାଁ ପରିକ୍ରମା କରିଛନ୍ତି । ମଦ ବିକ୍ରି ବନ୍ଦ ନହେଲେ ଆଗକୁ ଆନ୍ଦୋଳନ ତୀବ୍ର ହେବ ଚେତାବନୀ ଦିଆଯାଇଛି । ତେବେ ୭ ଦିନ ଧରି ପଞ୍ଚାୟତରେ ମଦ ବିରୋଧ ଆନ୍ଦୋଳନ ଓ ସଚେତନତା କାର୍ୟ୍ୟ କରାଯିବ ବୋଲି ସୂଚନା ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe