କନକ ବ୍ୟୁରୋ: ଚାଉଳ ଦୁର୍ନୀତିକୁ ନେଇ ଜୋରଦାର ହୋଇଛି ତନାଘନା । ଚାଉଳ ଦୁର୍ନୀତିକୁ ନେଇ ଆକ୍ସନ ମୋଡରେ ଯୋଗାଣ ବିଭାଗ ଥିଲା ବେଳେ ଏବେ ମଧ୍ୟାହ୍ନ ଭୋଜନରେ ବି ଚାଉଳ ଦୁର୍ନୀତି କଥା ପଦାକୁ ଆସିଥିଲା । ଯାହାକୁ ଧରିଥିଲେ ଖୋଦ ଗଣଶିକ୍ଷା ମନ୍ତ୍ରୀ । ଏନେଇ ସେ ଗଣଶିକ୍ଷା ବିଭାଗକୁ ଅବଗତ କରିବା ସହ କାର୍ୟ୍ୟନୁଷ୍ଠାନ ପାଇଁ ଚିଠି ଲେଖିଥିଲେ । ଏବେ ଗଣଶିକ୍ଷା ବିଭାଗ ମଧ୍ୟ ଚାଉଳ ଦୁର୍ନୀତିରୁ ପରଦା ଉଠାଇବା ପାଇଁ ତତ୍ପର ହୋଇଛି । ତଦନ୍ତ ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ତଦନ୍ତ ଚାଲିଛି ରିପୋର୍ଟ ଆସିବା ପରେ କାର୍ୟ୍ୟାନୁଷ୍ଠାନ ହେବ ।