କନକ ବ୍ୟୁରୋ : ଓଡ଼ିଶାର ଏକମାତ୍ର ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥା ଅଲିଭରିଡଲେ କଇଁଛଙ୍କ ଏନ୍ତୁଡ଼ିଶାଳ ଭାବେ ପରିଚିତ । ସାରା ବିଶ୍ବରେ ଉପଲବ୍ଧ କଇଁଛଙ୍କ ମଧ୍ୟରୁ ପ୍ରାୟ ୫୦ ପ୍ରତିଶତ କଇଁଛ ଗହୀରମଥାରେ ସମାଗମ ହୋଇଥାନ୍ତି । ମାତ୍ର ସୁରକ୍ଷା ଅଭାବରୁ ଏବେ ଏହା ଅଲିଭରିଡଲେ କଇଁଛଙ୍କ ଶ୍ମଶାନ ଭୁଇଁରେ ପରିଣତ ହୋଇଛି । ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିବା ବେଳେ ଶହଶହ କଇଁଛଙ୍କ ମୃତଦେହ ଆମ କ୍ୟାମେରାରେ କଏଦ ହୋଇଛି । 

Advertisment

ବନ ବିଭାଗର କର୍ମଚାରୀମାନେ ଏହି ମୃତ କଇଁଛମାନଙ୍କୁ ସମୁଦ୍ର ବେଳାଭୂମିରେ ପୋତିଦେଉଥିବା ଦେଖିବାକୁ ମିଳିଛି । ନିକଟସ୍ଥ ଜଙ୍ଗଲରେ ଅନେକ କଇଁଛଙ୍କ ମୃତଦେହ ମଧ୍ୟ ପଡି ରହିଛି । ଏକ କିଲୋମିଟର ମଧ୍ୟରେ ୧୦୦ରୁ ଊର୍ଦ୍ଧ ମୃତ କଇଁଛଙ୍କୁ ଦେଖିବାକୁ ମିଳିଛି । ତେବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏମାନଙ୍କ ସୁରକ୍ଷା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ବନବିଭାଗର ନିଷ୍କ୍ରିୟତା ଯୋଗୁଁ କଇଁଛମାନଙ୍କ ମୃତ୍ୟୁ ଘଟୁଛି ।