କନକୁ ବ୍ୟୁରା: ଦୀର୍ଘ ବର୍ଷ ପରେ ମୋଷ୍ଟୱାଣ୍ଟେଡ କୁଖ୍ୟାତ ଆତଙ୍କୀ ମସୁଦ ଅଜହର ଉପରେ ପ୍ରତିଶୋଧ ନେଇଛି ଭାରତ। ‘ଅପରେସନ ସିନ୍ଦୁର’ ପ୍ରହାରରେ ପାକିସ୍ତାନର ବାହାୱଲପୁରରେ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନର ମୁଖ୍ୟ ମସୁଦ ଅଜହରଙ୍କ ଠିକଣା ଧ୍ବଂସ ପାଇଛି । ବାୟୁସେନାର ମିଜାଇଲ ମାଡରେ ମସୁଦର ବଡ଼ ଭଉଣୀ, ଭିଣୋଇ, ଭାଇ ଅବଦୁଲ ରଉଫ ଅଜହରର ପୁଅ ଓ ଝିଅ ସମେତ ପରିବାରର ୧୪ ଜଣ ସଦସ୍ୟଙ୍କର ମୃତ୍ୟୁ ହୋଇଛି
ମୋ ପାଇଁ ମରିଯିବା ଭଲ ହୋଇଥାନ୍ତା । ପରିବାରକୁ ହରାଇବା ପରେ ଆତଙ୍କୀ ମସୁଦ ଆଜାହାର କୋହଭରା କଣ୍ଠରେ ପାକ୍ ଗଣମାଧ୍ୟମକୁ ଏକଥା କହିଛି । ଜୈଶ ଚିଫ ମସୁଦ ଭାରତର ନମ୍ବର୧ ଆତଙ୍କୀ ଲିଷ୍ଟରେ ରହିଛି । ବାହାୱଲପୁରସ୍ଥିତ ଜାମିଆ ମସଜିଦ ସୁଭାନ ଆଲ୍ଲାହ ପରିସର, ଯାହା ଜେଇଏମର ମୁଖ୍ୟ ତାଲିମ ଶିବିର ଥିଲା, ଭାରତୀୟ ମିସାଇଲ ଦ୍ୱାରା ଧ୍ୱଂସ କରାଯାଇଛି ।
ଶେଷରେ ଆତଙ୍କୀସ୍ଥାନର ଆତଙ୍କୀ ମାନିଛି ,ଭାରତର ଆକ୍ରମଣ ଜୋରଦାର ରହିଥିଲା । ମସୁଦ ଅଜହରର ଜନ୍ମସ୍ଥାନ ବାହାୱଲପୁରରେ ରହି ଆତଙ୍କବାଦୀ ନିୟୋଜନ, ଅର୍ଥ ସଂଗ୍ରହ ଓ ପ୍ରଶିକ୍ଷଣ ପାଇଁ ବ୍ୟବହୃତ ହେଉଥିଲା । ୧୮ ଏକର ଜମିରେ ବିସ୍ତୃତ ଏହି ଶିବିରକୁ ଉସମାନ-ଓ-ଅଲି କ୍ୟାମ୍ପସ ଭାବରେ ମଧ୍ୟ ଜଣାଶୁଣା, ଯାହା ଜେଇଏମର ନିଯୁକ୍ତି, ପାଣ୍ଠି ସଂଗ୍ରହ ଏବଂ ଶିକ୍ଷା ପାଇଁ କେନ୍ଦ୍ର ଭାବରେ କାର୍ଯ୍ୟ କରୁଥିଲା । ମସୁଦର ପରିବାର ଏହି ମଦ୍ରାସା ନିକଟରେ ରହୁଥିଲେ । ତେବେ ଭାରତର ଆକ୍ରମଣରୁ ଅଳ୍ପକେ ବର୍ତିଯାଇଛି ମସୁଦ। ଭାରତର ଏହି ଆକ୍ରମଣର ଜବାବ ଦେବାକୁ ମୁହଁ ଫୁଟାଣି ଦେଖାଇଛି ।