କନକ ବ୍ୟୁରୋ: ଭାରତର ଏୟାର ଷ୍ଟ୍ରାଇକ୍ରେ ବଡ଼ ଆତଙ୍କୀ ମସୁଦ ଆଝାରର ପରିବାର ଉଜୁଡିଲା । ଅପରେସନ୍ ସିନ୍ଦୂରରେ ମସୁଦ ପରିବାରର ୧୦ ଜଣ ସଫା ହୋଇଥିବା ସୂଚନା । ଏହି ଆକ୍ରମଣରେ ନିଜ ପରିବାର ଲୋକଙ୍କୁ ହରାଇ କାନ୍ଦିଲା ମାସୁଦ୍ ଆଝାର । ମାସୁଦ୍ କହିଛି ଭଲ ହୋଇଥାନ୍ତା ଏହି ଆକ୍ରମଣରେ ମୁଁ ମରିଯାଇଥାନ୍ତି । ଭାରତର ଏୟାର ଷ୍ଟ୍ରାଇକ୍ରେ ମସୁଦ ର ୧୦ ପରିବାର ସଦସ୍ୟଙ୍କ ବ୍ୟତିତ ଅନ୍ୟ ଘନିଷ୍ଠ ଚାରି ସହଯୋଗୀଙ୍କ ମୃତ୍ୟୁ ଘଟିଛି । ସୂଚନାମୁତାବକ, ମସୁଦ ଆଝାରର ବଡ ଭଉଣୀ ସହିତ ପୂରା ପରିବାର ସଫା ।
ଏଠି ଆମେ କହିଦେଉଛୁ ଯେ, ଏପ୍ରିଲ ୨୨ ତାରିଖରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ କାଲି ମଧ୍ୟରାତ୍ରରେ ପ୍ରତିଶୋଧ ନେଇଛି । କାଲି ମଧ୍ୟରାତ୍ରରେ ଭାରତୀୟ ସେନା ପାକ୍ ଅଧିକୃତ କାଶ୍ମୀର ଓ ପାକିସ୍ତାନର କିଛି ଅଂଶରେ ପ୍ରବେଶ କରି ଆତଙ୍କୀ କ୍ୟାମ୍ପକୁ ଧ୍ବଂସ କରିଛି । ଭାରତର ଏୟାର ଷ୍ଟ୍ରାଇକ୍ରେ ପାକିସ୍ତାନ ଥରହର । ପାକିସ୍ତାନରେ ଏମରଜେନ୍ସି ଜାରି ହୋଇଛି । ଭାରତର ଆକ୍ରମଣ ପରେ ପାକିସ୍ତାନର ସବୁ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି । ମେଡିକାଲରେ ମଧ୍ୟ ଜରୁରୀକାଳୀନ ସ୍ଥିତି ଘୋଷଣା ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/05/07/iR6rEISUBaKLjDoy55kK.jpg)