ଦିନେ କହୁଥିଲେ ସେ ମୋର ମେରୁଦଣ୍ଡ : ଆଜି କହୁଛନ୍ତି ଅସଫଳ ସ୍ବାମୀ

Advertisment

ଅନଲର ଭାବପ୍ରବଣ ହୋଇ କହିଥିଲେ ଯେ ଆମେ ୧୮ ବର୍ଷ ଧରି ସାଙ୍ଗରେ ରହିଛୁ ଏବେ ଯେତେବେଳେ ସମ୍ପର୍କ ନାହିଁ ସେତେବେଳେ ମେରୀ ମିଥ୍ୟା ଅଭିଯୋଗ ଆଣୁଛନ୍ତି । ଆଜି ତାଙ୍କ ପାଖରେ ଆଉ କିଛି ନାହିଁ ।

ଅନଲର ଭାବପ୍ରବଣ ହୋଇ କହିଥିଲେ ଯେ ଆମେ ୧୮ ବର୍ଷ ଧରି ସାଙ୍ଗରେ ରହିଛୁ ଏବେ ଯେତେବେଳେ ସମ୍ପର୍କ ନାହିଁ ସେତେବେଳେ ମେରୀ ମିଥ୍ୟା ଅଭିଯୋଗ ଆଣୁଛନ୍ତି । ଆଜି ତାଙ୍କ ପାଖରେ ଆଉ କିଛି ନାହିଁ ।

marry-com

marry-com Photograph: (KanakNews)

କନକ ବ୍ୟୁରୋ : ଭାରତର ଅଲିମ୍ପିକ୍ ପଦକ ବିଜେତା ଏବଂ ୬ ଥର ବିଶ୍ୱ ଚାମ୍ପିଅନ୍ ବକ୍ସର ମେରୀ କମ୍ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । କିନ୍ତୁ ଏଥର ଖେଳ ପାଇଁ ନୁହେଁ ନିଜ ବ୍ୟକ୍ତିଗତ ଜୀବନ ପାଇଁ । ମେରୀ କମ୍ ତାଙ୍କ ପୂର୍ବତନ ସ୍ୱାମୀ କାରୁଙ୍ଗ୍ ଓନଖୋଲାର (ଅନଲର)ଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ସେ ଦାବି କରିଛନ୍ତି ଯେ ଅନଲର ତାଙ୍କୁ କୋଟି କୋଟି ଟଙ୍କା ଠକିଛନ୍ତି ଯେଉଁଥିପାଇଁ ତାଙ୍କୁ ଜମି ମଧ୍ୟ ହରାଇବାକୁ ପଡ଼ିଛି । ତେବେ ବର୍ତ୍ତମାନ ଏହା ଉପରେ ପୂର୍ବତନ ସ୍ବାମୀ ମୁହଁ ଖୋଲିଛନ୍ତି । ସେ ଏହି ଅଭିଯୋଗକୁ ପ୍ରତ୍ୟାଖାନ କରିବା ସହ ମେରୀଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଛନ୍ତି । 

ଦିନକର ଝିଅ , ଷ୍ଟ୍ରେଚରରେ ପତ୍ନୀ : ଆରପାରିରେ ଯବାନ ସ୍ବାମୀ

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଅନଲର ମେରୀ କମ୍ ଦ୍ୱାରା ଲଗାଯାଇଥିବା ସମସ୍ତ ଅଭିଯୋଗକୁ ମିଥ୍ୟା ଏବଂ ଭିତ୍ତିହୀନ ବୋଲି କହିଛନ୍ତି । ସେ କହିଛନ୍ତି ଯେ ତାଙ୍କ ବିରୁଦ୍ଧରେ ୫ କୋଟି ଟଙ୍କା ଚୋରି କରିବାର ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା । ଯଦି ସେ ଚୋରି କରିଛନ୍ତି ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରାଯାଉ । ଅନଲର ଭାବପ୍ରବଣ ହୋଇ କହିଥିଲେ ଯେ ଆମେ ୧୮ ବର୍ଷ ଧରି ସାଙ୍ଗରେ ରହିଛୁ ଏବେ ଯେତେବେଳେ ସମ୍ପର୍କ ନାହିଁ ସେତେବେଳେ ମେରୀ ମିଥ୍ୟା ଅଭିଯୋଗ ଆଣୁଛନ୍ତି । ଆଜି ତାଙ୍କ ପାଖରେ ଆଉ କିଛି ନାହିଁ । ଦିଲ୍ଲୀର ଏକ ଭଡ଼ା ଘରେ ସ୍ବଳ୍ପ ସୁବିଧାରେ ସେ ରହୁଛନ୍ତି । ସୋସିଆଲ୍ ମିଡିଆରେ ଏଭଳି ପ୍ରତିକ୍ରିୟା ସହିତ ଅନଲର ଜଣାଇବାକୁ ଚେଷ୍ଟା କରିଥିଲେ ଯେ ଯଦି ସେ ପ୍ରକୃତରେ କୋଟି କୋଟି ଟଙ୍କାର ଠକେଇ କରିଥାନ୍ତେ ତେବେ ସେ ଏହି ପରିସ୍ଥିତିରେ ନଥାନ୍ତେ । ତେବେ ମେରୀ କହିଥିଲେ ଯେ ଅନଲର ଆବଶ୍ୟକତା ଥିବା ପର୍ଯ୍ୟନ୍ତ ସମର୍ଥନ କରୁଥିଲେ ଏବଂ ପରେ ଅଣଦେଖା କରିଥିଲେ । କିନ୍ତୁ ଅନଲରଙ୍କ ପ୍ରତିକ୍ରିୟା କିଛି ଭିନ୍ନ ଥିଲା । ସେ କହିଥିଲେ "ମୁଁ ମେରୀଙ୍କୁ କ୍ଷମା ଅବଶ୍ୟ କରିପାରିବି କିନ୍ତୁ ସେ ମୋ ସହିତ ଯାହା କରିଛନ୍ତି ତାକୁ କେବେ ଭୁଲିପାରିବି ନାହିଁ । ମେରୀଙ୍କ ପାଇଁ ମୁଁ ସବୁବେଳେ ଏକ ୟୁଜ୍ ଆଣ୍ଡ୍ ଥ୍ରୋ କପ୍ ହିଁ ଥିଲି ।’’ 

ସେ ମେରୀଙ୍କ ବକ୍ସିଂ ଏକାଡେମୀ ସମ୍ପର୍କରେ ମଧ୍ୟ ପ୍ରଶ୍ନ ପଚାରି କହିଥିଲେ ଯେ ‘‘ତାଙ୍କ ଏକାଡେମୀ କିଏ ପ୍ରତିଷ୍ଠା କରିଥିଲା? କିଏ ତାଙ୍କର ନାମ ରେଜିଷ୍ଟ୍ରେସନ୍ କରିଥିଲା ? ଆଜି ସେହି ଏକାଡେମୀର ଅଧ୍ୟକ୍ଷ ଆଉ କିଏ ଯାହାଙ୍କ ନାଁ ସେ ନେବାକୁ ଚାହୁନାହାନ୍ତି ।" ତାଙ୍କୁ ଏକାଡେମୀ ସମ୍ବନ୍ଧୀୟ ନିଷ୍ପତ୍ତିରୁ ସମ୍ପୂର୍ଣ୍ଣ ଭାବରେ ଦୂରେଇ ରଖାଯାଇଥିଲା ଏବଂ ତାଙ୍କ ଅବଦାନକୁ ଅଣଦେଖା ମଧ୍ୟ କରାଯାଇଥିଲା । କେବଳ ଏତିକି ନୁହେଁ ମେରୀଙ୍କ ଅଫେୟାରକୁ ନେଇ ମଧ୍ୟ ଅନଲର ମୁହଁ ଖୋଲିଥିଲେ । ସେ କହିଥିଲେ ଯେ ୨୦୧୩ ମସିହାରେ ମେରୀଙ୍କର ଜଣେ ଜୁନିଅର ବକ୍ସରଙ୍କ ସହ ସମ୍ପର୍କ ଥିଲା ଯାହା ପରିବାର ଭିତରେ ଝଗଡ଼ାର କାରଣ ପାଲଟିଲା । କିନ୍ତୁ ପରେ ବିବାହକୁ ବଞ୍ଚାଇବା ପାଇଁ ଅନଲର ପ୍ରୟାସ କରିଥିଲେ । ଏହାପରେ ୨୦୧୭ରେ ମଧ୍ୟ ସମାନ ଘଟଣା ଘଟିଥିଲା ଯାହାର ପ୍ରମାଣ ତାଙ୍କ ପାଖରେ ଅଛି । ହ୍ବାଟସଆପ୍ ଚାଟ୍, ମେସେଜ୍ ପ୍ରମାଣ ଥାଇ ମଧ୍ୟ ଅନଲର ପ୍ରେମ ପାଇଁ ସବୁବେଳେ ଚୁପ୍ ଥିଲେ କିନ୍ତୁ ଶେଷରେ ତାଙ୍କୁ ମିଳିଲା କ’ଣ ? ଅନ୍ୟପକ୍ଷରେ ମେରୀ କମ୍ ତାଙ୍କ ବିରୁଦ୍ଧରେ ଥିବା ସମସ୍ତ ଅଭିଯୋଗକୁ ଦୃଢ଼ ଭାବରେ ଅସ୍ୱୀକାର କରିସାରିଛନ୍ତି । ସେ କହିଛନ୍ତି ଯେ ତାଙ୍କ ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ଏହା ଏକ ପ୍ରୟାସ । ମେରୀ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ କଠିନ ପରିଶ୍ରମ ଦ୍ୱାରା ସେ ଯାହା ହାସଲ କରିଛନ୍ତି ତାହା ସମ୍ପୂର୍ଣ୍ଣ ସ୍ୱଚ୍ଛ ଏବଂ କୌଣସି ଠକେଇର ପ୍ରଶ୍ନ ଉଠୁନାହିଁ । ତେବେ ଏହି ପୂରା ମାମଲା ଏବେ ଏକ ବ୍ୟକ୍ତିଗତ ସମ୍ପର୍କରୁ ସାର୍ବଜନୀନ ବିବାଦକୁ ଗତି କରିଛି । ଉଭୟ ପକ୍ଷର ଅଭିଯୋଗ ଏବଂ ବୟାନ ଛାଡ଼ପତ୍ର ବିବାଦକୁ ଆହୁରି ଜଟିଳ କରୁଛି । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe