ପଞ୍ଚଭୂତରେ ଲୀନ ହେଲେ ସହିଦ ଯବାନ ମନୋଜ ବିଶ୍ୱାଳ : ଗାଁ ଶ୍ମଶାନରେ ଗାର୍ଡ ଅଫ୍ ଅନର ପରେ ଶେଷକୃତ୍ୟ

କାମାକ୍ଷାନଗର ପରଜଙ୍ଗ ବ୍ଲକ ମାଣିକମରା ଗାଁରେ ଗାର୍ଡ ଅଫ୍ ଅନର ପରେ ସହିଦ ଯବାନ ମନୋଜ ବିଶ୍ୱାଳଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଜମ୍ମୁକାଶ୍ମୀର କିସ୍ତୱାଡରେ ବାଦଲଫଟା ବର୍ଷା ପରେ ଭୂସ୍ଖଳନରେ ଯବାନଙ୍କ ମୃତ୍ୟୁ ହୋଇଥିଲା ।

saheed

saheed Photograph: (KanakNews)

କନକ ବ୍ୟୁରୋ : ପଞ୍ଚଭୂତରେ ଲୀନ ହେଲା ସହିଦଙ୍କ ପାର୍ଥିବ ଶରୀର । କାମାକ୍ଷାନଗର ପରଜଙ୍ଗ ବ୍ଲକ ମାଣିକମରା ଗାଁରେ ଗାର୍ଡ ଅଫ୍ ଅନର ପରେ ସହିଦ ଯବାନ ମନୋଜ ବିଶ୍ୱାଳଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଜମ୍ମୁକାଶ୍ମୀର କିସ୍ତୱାଡରେ ବାଦଲଫଟା ବର୍ଷା ପରେ ଭୂସ୍ଖଳନରେ ଯବାନଙ୍କ ମୃତ୍ୟୁ ହୋଇଥିଲା । ସିଆଇଏସଏଫ ଯବାନ ମନୋଜ ବିଶ୍ୱାଳଙ୍କ ପୈତୃକ ଗାଁରେ ପାର୍ଥିବ ଶରୀର ପହଞ୍ଚିବା ପରେ ପ୍ରଥମେ ଶୋଭାଯାତ୍ରା କରାଯାଇଥିଲା । ପରେ ସହିଦ ଯବାନଙ୍କୁ ଗାର୍ଡ ଅଫ୍‌ ଅନର୍‌ ଦିଆଯାଇଥିଲା । ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe