କନକ ବ୍ୟୁରୋ: ପାର୍ଲାମେଣ୍ଟରେ ପିନାକୀଙ୍କ ପ୍ରେମ । ମହୁଆ ମୋଇତ୍ରାଙ୍କୁ ବିବାହ ଚର୍ଚ୍ଚା । କୁହାଯାଉଛି, ଜର୍ମାନୀରେ ମହୁଆ ମୋଇତ୍ରାଙ୍କୁ ବିବାହ କରିଛନ୍ତି ପିନାକୀ ପଶ୍ଚିମବଙ୍ଗ କୃଷ୍ଣନଗରର ଟିଏମ୍ସି ସାଂସଦ ୫୦ ବର୍ଷୀୟ ମହୁଆଙ୍କ ହାତ ଧରିଛନ୍ତି ପୁରୀର ପୂର୍ବତନ ସାଂସଦ ୬୫ ବର୍ଷୀୟ ପିନାକୀ । ବେଶ୍ କିଛିଦିନ ହେବ ଦୁହିଁଙ୍କ ପାର୍ଲାମେଣ୍ଟ ପ୍ରେମ ଚର୍ଚ୍ଚାରେ ରହିଆସିଥିଲା । ଯଦିଓ ବିବାହ ନେଇ ଉଭୟ ସ୍ପଷ୍ଟ କରିନାହାନ୍ତି, କିନ୍ତୁ ଜାତୀୟ ଗଣମାଧ୍ୟମରେ ପ୍ରସାରଣ ହେଉଥିବା ଏହି ଫଟୋ ହିଁ ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ଫଟୋରେ ମହୁଆ ନବବଧୂ ପରି ସଜେଇ ହୋଇଥିବାବେଳେ ପିନାକୀ ବେଶ୍ ଖୁସି ଥିବାପରି ଲାଗୁଛନ୍ତି ।
୧୯୮୪ ଜାନୁଆରିରେ ସଂଗୀତା ମିଶ୍ରଙ୍କୁ ବିବାହ କରିଥିଲେ ପିନାକୀ । ପରେ ଦୁହିଁଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିଲା ଏବଂ ଉଭୟଙ୍କର ଦୁଇଟି ସନ୍ତାନ ଅଛନ୍ତି । ମହୁଆ ମଧ୍ୟ ପୂର୍ବରୁ ଜଣେ ଦାନିସ୍ ଫାଇନାନ୍ସରଙ୍କୁ ବିବାହ କରିଥିବାବେଳେ, ପରେ ଅଲଗା ହୋଇଯାଇଥିଲେ । କୁହାଯାଉଛି ପାର୍ଲାମେଣ୍ଟରେ ଏକାଠି କାମ କରିବା ଭିତରେ ପୁରୀ ଓ ପଶ୍ଚିମବଙ୍ଗର ଏହି ଦୁଇ ରାଜନେତାଙ୍କ ଭିତରେ ଘନିଷ୍ଠ ସମ୍ପର୍କ ବଢ଼ିଥିଲା ।