କନକ ବ୍ୟୁରୋ : ଦୁନିଆରେ ଏପରି ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ଖୁବ୍ କମ୍ ବୟସରେ ସଫଳତା ପାଇବା ସହ କୋଟିପତି ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କେତେକ ନିଜ ପରିଶ୍ରମ ଏବଂ ନିଷ୍ଠା ବଳରେ ନୂଆ କମ୍ପାନି ସ୍ଥାପନ କରିଥିବାବେଳେ, ଆଉ କେତେକଙ୍କୁ ଉତ୍ତରାଧିକାର ସୂତ୍ରରେ ବିପୁଳ ସମ୍ପତ୍ତି ମିଳିଛି । ଜାଣନ୍ତୁ ସବୁଠାରୁ କମ୍ ବୟସରେ କୋଟିପତି ହୋଇଥିବା କିଛି ପ୍ରମୁଖ ବ୍ୟକ୍ତିଙ୍କ ନାଁ ।
Age when they became billionaires:
— World of Statistics (@stats_feed) August 3, 2025
🇺🇸 Mark Zuckerberg: 23
🇺🇸 Evan Spiegel: 25
🇺🇸 Larry Page: 30
🇺🇸 Sergey Brin: 31
🇺🇸 Bill Gates: 31
🇧🇧 Rihanna: 33
🇺🇸 Tiger Woods: 33
🇺🇸 Jeff Bezos: 35
🇺🇸 LeBron James: 37
🇺🇸 Steve Ballmer: 38
🇬🇧 J.K. Rowling: 38
🇺🇸 Mark Cuban: 40
🇺🇸 Elon…
ନିଜ ପରିଶ୍ରମରେ ହୋଇଥିବା ସବୁଠୁ କମ୍ ବୟସର କୋଟିପତି
ମାର୍କ ଜୁକରବର୍ଗ : ଫେସବୁକ୍ର (ମେଟା) ସହ-ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ମାତ୍ର ୨୩ ବର୍ଷ ବୟସରେ ନିଜ ପରିଶ୍ରମରେ କୋଟିପତି ହୋଇପାରିଥିଲେ । ୨୦୦୪ ମସିହାରେ ହାୱାର୍ଡ ବିଶ୍ୱବିଦ୍ୟାଳୟରେ ପଢୁଥିବା ସମୟରେ ସେ ନିଜ ସାଙ୍ଗମାନଙ୍କ ସହିତ ମିଶି ଫେସବୁକ୍ ଆରମ୍ଭ କରିଥିଲେ । ତାଙ୍କୁ ଇତିହାସର ସବୁଠାରୁ କମ୍ ବୟସର ସେଲ୍ଫ-ମେଡ୍ କୋଟିପତି ଭାବେ ବିବେଚନା କରାଯାଏ ।
ଇଭାନ୍ ସ୍ପିଗେଲ୍ : ସୋସିଆଲ ମିଡିଆ ଆପ୍ ସ୍ନାପଚାଟର ସହ-ପ୍ରତିଷ୍ଠାତା ଇଭାନ୍ ସ୍ପିଗେଲ୍ ମାତ୍ର ୨୫ ବର୍ଷ ବୟସରେ ସଫଳତା ପାଇବା ସହ କୋଟିପତି ହୋଇଥିଲେ।
ଗୌତମ ଆଦାନୀ : କମ୍ ବୟସରେ କୋଟିପତିଙ୍କ ତାଲିକାରେ ସାମିଲ ହୋଇଥିବା ଦିଗଜ୍ଜଙ୍କ ମଧ୍ୟରେ ଭାରତ ପକ୍ଷରୁ ଆଦାନୀ ଗ୍ରୁପର ଚେୟାରମ୍ୟାନ୍ ଗୌତମ ଆଦାନୀ ଅଛନ୍ତି । ସେ ୪୬ ବର୍ଷ ବୟସରେ କୋଟିପତି ହୋଇଥିଲେ ଏବଂ ଏହାପରେ ତାଙ୍କ ସମ୍ପତ୍ତିରେ କ୍ରମାଗତ ବୃଦ୍ଧି ଦେଖିବାକୁ ମିଳିଛି ।
ଆଦାନୀଙ୍କର ୧୦ଟି କମ୍ପାନୀ ସେୟାର ବଜାରରେ ତାଲିକାଭୁକ୍ତ ହୋଇଛି । ସେ ବର୍ତ୍ତମାନ ବିଶ୍ୱର ଶ୍ରେଷ୍ଠ ଧନୀଙ୍କ ମଧ୍ୟରେ ସାମିଲ ଅଛନ୍ତି ଏବଂ ତାଙ୍କର ମୋଟ ସମ୍ପତ୍ତି ପ୍ରାୟ ୭୬.୫ ବିଲିୟନ ଡଲାର ।