ଅପରାଧ ନୁହେଁ ବୈବାହିକ ଦୁଷ୍କର୍ମ । ଆବେଦନର ଶୁଣାଣି ବେଳେ ସୁପ୍ରିମକୋର୍ଟଙ୍କୁ ସତ୍ୟପାଠ ଜରିଆରେ କହିଲେ କେନ୍ଦ୍ର ସରକାର

Advertisment

ବୈବାହିକ ଦୁଷ୍କର୍ମ ଅପରାଧ ନୁହେଁ । ଏହାକୁ ଅପରାଧ ଶ୍ରେଣୀରେ ସାମିଲ କରିବାର କୌଣସି ଆବଶ୍ୟକତା ନାହିଁ । ଏଥିପାଇଁ ଅନ୍ୟ ଦଣ୍ଡ ବ୍ୟବସ୍ଥା ରହିଛି । ବୈବାହିକ ଦୁଷ୍କର୍ମ ସଂକ୍ରାନ୍ତ ଆବେଦନର ଶୁଣାଣି ବେଳେ ସୁପ୍ରିମକୋର୍ଟକୁ ଏଭଳି କିଛି କହିଛନ୍ତି କେନ୍ଦ୍ର ସରକାର ।

ବୈବାହିକ ଦୁଷ୍କର୍ମ ଅପରାଧ ନୁହେଁ । ଏହାକୁ ଅପରାଧ ଶ୍ରେଣୀରେ ସାମିଲ କରିବାର କୌଣସି ଆବଶ୍ୟକତା ନାହିଁ । ଏଥିପାଇଁ ଅନ୍ୟ ଦଣ୍ଡ ବ୍ୟବସ୍ଥା ରହିଛି । ବୈବାହିକ ଦୁଷ୍କର୍ମ ସଂକ୍ରାନ୍ତ ଆବେଦନର ଶୁଣାଣି ବେଳେ ସୁପ୍ରିମକୋର୍ଟକୁ ଏଭଳି କିଛି କହିଛନ୍ତି କେନ୍ଦ୍ର ସରକାର ।

Not crime

କନକ ବ୍ୟୁରୋ : ବୈବାହିକ ଦୁଷ୍କର୍ମ ଅପରାଧ ନୁହେଁ । ଏହାକୁ ଅପରାଧ ଶ୍ରେଣୀରେ ସାମିଲ କରିବାର କୌଣସି ଆବଶ୍ୟକତା ନାହିଁ । ଏଥିପାଇଁ ଅନ୍ୟ ଦଣ୍ଡ ବ୍ୟବସ୍ଥା ରହିଛି । ବୈବାହିକ ଦୁଷ୍କର୍ମ ସଂକ୍ରାନ୍ତ ଆବେଦନର ଶୁଣାଣି ବେଳେ ସୁପ୍ରିମକୋର୍ଟକୁ ଏଭଳି କିଛି କହିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାରଙ୍କ ପକ୍ଷରୁ ଦାଖଲ କରାଯାଇଥିବା ସତ୍ୟପାଠରେ ବୈବାହିକ ଦୁଷ୍କର୍ମ ଅପରାଧ ବୋଲି ଘୋଷଣା କରିବାକୁ ଦାବି ହେଉଥିବା ଆବେଦନଗୁଡ଼ିକୁ ବିରୋଧ କରାଯାଇଛି । ବୈବାହିକ ଦୁଷ୍କର୍ମକୁ ଅପରାଧ ଘୋଷଣା କରିବାର କୌଣସି ଆବଶ୍ୟକତା ନାହିଁ । ଏହା ଏକ ଆଇନଗତ ପ୍ରସଙ୍ଗ ଅପେକ୍ଷା ଅଧିକ ସାମାଜିକ ପ୍ରସଙ୍ଗ । ଏହାର ସିଧାସଳଖ ପ୍ରଭାବ ସମାଜ ଉପରେ ପଡ଼ିବ । ଏଥିସହ ଏହା ପାଇଁ ବିକଳ୍ପ ଭାବରେ ଉପଯୁକ୍ତ ଦଣ୍ଡବିଧାନର ବ୍ୟବସ୍ଥା ରହିଛି ବୋଲି କହିଛନ୍ତି । ସରକାର କହିଛନ୍ତି, ମହିଳା ଏବଂ ଘରୋଇ ହିଂସା ଆଇନ, ୨୦୦୫ ମଧ୍ୟ ଏକ ଅନ୍ୟ ଆଇନ ଯାହା ବିବାହିତ ମହିଳାଙ୍କୁ ସାହାଯ୍ୟ କରିପାରିବ । ଏଥିସହିତ କେନ୍ଦ୍ରର କହିବା କଥା ଯେ ବୈବାହିକ ଦୁଷ୍କର୍ମ ଏମିତି ଏକ ପ୍ରସଙ୍ଗ ଯାହା ଉପରେ ନିଷ୍ପତ୍ତି ସମସ୍ତ ଅଂଶିଦାର କିମ୍ବା ସବୁ ରାଜ୍ୟର ସରକାରଙ୍କ ମତାମତ ବିନା ନିଆଯାଇ ପାରିବ ନାହିଁ ।

ବୈବାହିକ ଦୁଷ୍କର୍ମ ଅପରାଧ ନୁହେଁ
ବୈବାହିକ ଦୁଷ୍କର୍ମ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ସତ୍ୟପାଠ
ସତ୍ୟପାଠରେ ବୈବାହିକ ଦୁଷ୍କର୍ମ ଏକ ଅପରାଧ ଆବେଦନକୁ ବିରୋଧ
ଏହାକୁ ଅପରାଧ ଶ୍ରେଣୀରେ ସାମିଲ କରିବାର କୌଣସି ଆବଶ୍ୟକତା ନାହିଁ
ଏହା ଏକ ଆଇନଗତ ପ୍ରସଙ୍ଗ ଅପେକ୍ଷା ଅଧିକ ସାମାଜିକ ପ୍ରସଙ୍ଗ
ଏହାର ସିଧାସଳଖ ପ୍ରଭାବ ସମାଜ ଉପରେ ପଡ଼ିବ
ଏହା ପାଇଁ ବିକଳ୍ପ ଭାବରେ ଉପଯୁକ୍ତ ଦଣ୍ଡବିଧାନର ବ୍ୟବସ୍ଥା ରହିଛି
ମହିଳା ଏବଂ ଘରୋଇ ହିଂସା ଆଇନ ଅନୁସାରେ କରାଯାଉ ବିଚାର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe