କନକ ବ୍ୟୁରୋ: ପଞ୍ଚମ ଜାତୀୟ ସାମୁଦ୍ରିକ ମତ୍ସ୍ୟଜୀବୀ ଜନଗଣନା- ୨୦୨୫ ଆରମ୍ଭ ହୋଇଛି । ଭାରତ ସରକାରଙ୍କ କେନ୍ଦ୍ରୀୟ ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରାଳୟ ତରଫରୁ ଏହି ତଥ୍ୟ କରାଯାଉଛି । ଯାହାର ଦାୟିତ୍ବ କେନ୍ଦ୍ରୀୟ ସାମୁଦ୍ରିକ ମତ୍ସ୍ୟ ଅନୁସନ୍ଧାନ ସଂସ୍ଥାକୁ ଦିଆଯାଇଛି । ଯେଉଁଥିରେ ଭାରତର ପ୍ରାୟ ୪ ଉପକୂଳବର୍ତ୍ତୀ ଗାଁରେ ବସବାସ କରୁଥିବା ୧୨ ଲକ୍ଷରୁ ଅଧିକ ମତ୍ସ୍ୟଜୀବୀ ପରିବାରଙ୍କ ଠାରୁ ଏହି ସମ୍ପର୍କୀୟ ତଥ୍ୟ ସଂଗ୍ରହ କରାଯିବ । ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଲକରେ ମଧ୍ୟ ଏହି ଗଣନା ଆରମ୍ଭ ହୋଇଯାଇଛି ।
୩ ତାରିଖରୁ ଆରମ୍ଭ ହୋଇଯାଇଛି ପଞ୍ଚମ ଜାତୀୟ ସାମୁଦ୍ରିକ ମତ୍ସ୍ୟଜୀବୀ ଗଣନା-୨୦୨୫ । କେନ୍ଦ୍ରୀୟ ସାମୁଦ୍ରିକ ମତ୍ସ୍ୟ ଅନୁସନ୍ଧାନ ସଂସ୍ଥାର ପୁରୀ ଜିଲ୍ଲା ଶାଖା ପକ୍ଷରୁ ୬ଟି ବ୍ଲକରେ ଚାଲିଛି ଗଣନା । ଅସ୍ତରଙ୍ଗ ବ୍ଲକରେ ୧୦ ଜଣ କର୍ମଚାରୀ ମତ୍ସ୍ୟଜୀବୀଙ୍କ ଗଣନା କରୁଛନ୍ତି । ଆର୍ଥିକ ଅବସ୍ଥା, ପ୍ରମାଣ ପତ୍ର, ମୌଳିକ ସୁବିଧା ବାବଦରେ ତଥ୍ୟ ସଂଗ୍ରହ କରାଯାଉଛି ।
ଅଧିକ ପଢନ୍ତୁ... ଗହଳି ବଢ଼ୁଛି, ବଜାର ଜମୁଛି : କଟକ ବାଲିଯାତ୍ରାରେ ଅସମ୍ଭାଳ ଭିଡ
ପ୍ରତି ପାଞ୍ଚ ବର୍ଷରେ ମତ୍ସ୍ୟଜୀବୀ ଗଣନା କରାଯାଏ । ୨୦୧୬ ପରେ କୋରନା ମହାମାରୀ ପାଇଁ ସର୍ଭେ ହୋଇପାରିନଥିଲା । ଚଳିତ ବର୍ଷ ପୁଣି ଆରମ୍ଭ ହୋଇଛି । ଡିସେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିବ ବୋଲି ସୂଚନା ମିଳିଛି । ମତ୍ସ୍ୟଜୀବୀଙ୍କ ଗଣନା ଦ୍ୱାରା ସେମାନଙ୍କୁ ସରକାରୀ ସହାୟତା ଯୋଗାଇବା ସହଜ ହୋଇଥାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/11/09/fisher-man-counting-2025-11-09-18-27-49.jpg)