ବିମାନ ବନ୍ଦରରୁ ଜବତ ହେଲା ୭ କୋଟିର ମାରିଜୁଆନା ।  ଜଣଙ୍କୁ ଅଟକ ରଖି ଚାଲିଛି ଜେରା ।

୭ କୋଟିର ମାରୁଜୁଆନା ଜବତ । ବ୍ୟାଙ୍କକକ୍‌ରୁ ଆସୁଥିବାବେଳେ ମାଡି ବସିଲା କଷ୍ଟମ ବିଭାଗର ସ୍ବତନ୍ତ୍ର ଟିମ୍‌ ।

୭ କୋଟିର ମାରୁଜୁଆନା ଜବତ

Photograph: (kanaknews)

କନକ ବ୍ୟୁରୋ: ରାଜଧାନୀରୁ ବିପୁଳ ପରିମାଣର ମାରିଜୁଆନା ଜବତ । ୭କୋଟି ଟଙ୍କାର ମାରିଜୁଆନା ଜବତ ହୋଇଛି । ଭୁବନେଶ୍ୱର ବିମାନ ବନ୍ଦରରୁ ଏତେ ପରିମାଣର ମାରିଜୁଆନା ଜବତ କରିଛି କଷ୍ଟମ୍ ବିଭାଗ । ୭ କେଜିର ମାରିଜୁଆନା ନେଇ ବ୍ୟାଙ୍କକକ୍‌ରୁ ଆସୁଥିଲା ଭୁବନେଶ୍ୱର । 

ଇଣ୍ଡିଗୋ ବିମାନରୁ ୭ କୋଟିର ମାରିଜୁଆନା ସହ ଧରାପଡ଼ିଲେ ଅଭିଯୁକ୍ତ । ଜଣେ ବ୍ୟକ୍ତିଙ୍କୁ ଉଠାଇ ନେଇଛି କଷ୍ଟମ ବିଭାଗର ଏୟାର ଇଣ୍ଟେଲିଜେନ୍ସ ୟୁନିଟ୍ । ୧୫ ଦିନ ଭିତରେ ପାଖାପାଖି ୧୫ କୋଟି ଟଙ୍କାର ମାରିଜୁଆନା ଜବତ ହେଲାଣି । ବ୍ୟାଙ୍କକ ଓ କ୍ବାଲାଲମପୁରରୁ ପୂର୍ବରୁ ଆସୁଛି ଏହି ଦାମୀ ନିଶା ।

ପୂର୍ବରୁ ୨ ଜଣ ମହିଳା ଓ ଜଣେ ଯୁବକଙ୍କୁ ଗିରଫ କରାଯାଇଥିବା ବେଳେ ବିମାନବନ୍ଦର ବର୍ତ୍ତମାନ ନିଶା କାରବାରର ଗେଟୱେ ପାଲଟିଥିବା ଚର୍ଚ୍ଚା ଜୋର ଧରିଛି । ସେପଟେ ଏସବୁର ମାଷ୍ଟରମାଇଣ୍ଡ ଓ ଇଣ୍ଟର ନ୍ୟାସନ୍ୟାଲ ଲିଙ୍କ ନେଇ ଖୋଲତାଡ଼ ଚଳାଇଛି କଷ୍ଟମ ବିଭାଗ ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe