କନକବ୍ୟୁରୋ : ମାଲକାନଗିରି ପୁଲିସ ତରଫରୁ ଚଢ଼ାଉ କରାଯାଇ ୧୨୫୦ କିଲୋ ଗଞ୍ଜେଇ ଜବତ କରାଯାଇଛି । ବିଶେଷ ସୂତ୍ରରୁ ଖବର ପାଇ କାଲିମେଳା ପୁଲିସ ଭେଜଙ୍ଗୱାଡା ଅଂଚଳରେ ଚଢ଼ାଉ କରିଥିଲେ। ସର୍ଚ୍ଚ ଅପେରସନ ବେଳେ ଜଙ୍ଗଲରୁ ୧୨୫୦ କିଲୋ ଗଞ୍ଜେଇ ବିକ୍ରି ପାଇଁ ଲୁଚାଇ ରଖାଯାଇଥିଲା। ଏହାର ଆନୁମାନିକ ମୂଲ୍ୟ ୧ କୋଟିରୁ ଊର୍ଦ୍ଧ୍ବ ହେବ ବୋଲି ଜଣାପଡିଛି ।
ଅଧିକ ପଢନ୍ତୁ.... ଚାକିରି ମିଳିଲାନି ବୋଲି ଦେହରେ ପେଟ୍ରୋଲ ଢାଳିଲେ ଯୁବକ : ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
ଏହି ଘଟଣାରେ କାହାରିକୁ ଗିରଫ କରାଯାଇନଥିବା ବେଳେ ଏହି ଗଂଜେଇ ଚାଲାଣରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କୁ ପୁଲିସ ତୁରନ୍ତ ଗିରଫ କରିବ ବୋଲି କହିଛି । ଗତ ୨୦୨୪ ମସିହାରେ ମୋଟ ୨୩ ହଜାର କ୍ୱିଣ୍ଟାଲ ଗଞ୍ଜେଇ ଜବତ କରାଯାଇଥିବା ବେଳେ ୨୦୨୫ରେ ୨୫ ହଜାର କ୍ୱିଣ୍ଟାଲ ଗଂଜେଇ ଜବତ କରାଯାଇଥିବା ପୁଲିସ୍ ସୂତ୍ରରୁ ପ୍ରକାଶ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/09/odisha-2026-02-09-09-45-13.jpg)