ଟ୍ରକ୍‌ରେ ହେଉଥିଲା ଗଞ୍ଜେଇ ଚାଲାଣ: ମାଡ଼ିବସିଲା ପୁଲିସ, ୧୦ କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ

Advertisment

ଆନୁମାନିକ ମୂଲ୍ୟ ୫୦ଲକ୍ଷରୁ ଉର୍ଦ୍ଧ୍ବ ହେବା ନେଇ ପୁଲିସର ସୂଚନା । କୋରାପୁଟ ବୁଡିଂ ଗ୍ରାମରୁ ରାଜସ୍ଥାନକୁ ହେଉଥିଲା ଚୋରା ଚାଲାଣ ।

ଆନୁମାନିକ ମୂଲ୍ୟ ୫୦ଲକ୍ଷରୁ ଉର୍ଦ୍ଧ୍ବ ହେବା ନେଇ ପୁଲିସର ସୂଚନା । କୋରାପୁଟ ବୁଡିଂ ଗ୍ରାମରୁ ରାଜସ୍ଥାନକୁ ହେଉଥିଲା ଚୋରା ଚାଲାଣ ।

୧୦ କ୍ବିଣ୍ଟାଲ ଗଞ୍ଜେଇ ଜବତ

୧୦ କ୍ବିଣ୍ଟାଲ ଗଞ୍ଜେଇ ଜବତ Photograph: (kanakNews)

କନକ ବ୍ୟୁରୋ: ଟ୍ରକ୍ ରେ ହେଉଥିଲା ଗଞ୍ଜେଇ ଚୋରାଚାଲାଣ । ମାଡ଼ି ବସିଲା ପାଡୁଆ ପୁଲିସ। ପାଡୁଆ ପୁଲିସ ଗାଡି ଯାଞ୍ଚ୍‌ କରୁଥିବା ସମୟରେ ବିପରୀତ ଦିଗରୁ ଏକ ଆଇଚର୍ ଟ୍ରକ୍‌କୁ ଅଟକାଇ ଥିଲା ସନ୍ଦେହ ହେବାରୁ ଗାଡି ଚେକିଙ୍ଗ କରିଥିଲା । ୧୦ କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ ।

ଯାହାର କି ଆନୁମାନିକ ମୂଲ୍ୟ ପଚାଶ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ପୁଲିସ ସୁଚନା ଦେଇଛି । କୋରାପୁଟ ବୁଡ଼ିଂ ଗ୍ରାମରୁ ରାଜସ୍ଥାନକୁ ଚୋରାଚାଲାଣ ହେଉଥିଲା ଗଞ୍ଜେଇ । ଘଟଣାସ୍ଥଳରେ ପୁଲିସ ଟ୍ରକ୍‌ ଡ୍ରାଇଭର କୁ ଗିରଫ କରିଛି । ଅନ୍ୟ ଜଣେ ଘଟଣାସ୍ଥଳରୁ ଚଂପଟ ମାରିଛି । ପାଡୁଆ ପୁଲିସ ଏ ନେଇ ଅଧିକ ତଦନ୍ତ କରୁଛି ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe