କନକବ୍ୟୁରୋ : ଅଟୋରେ ହେଉଥିଲା ଗଞ୍ଜେଇ ଚାଲାଣ ।  ଚଢ଼ଉ କରି ବିପୁଳ ପରିମାଣ ଗଞ୍ଜେଇ ଜବତ କଲା ଭଦ୍ରକ ଟାଉନ ଥାନା ପୁଲିସ । ଗତକାଲି ବିଳମ୍ବିତ ରାତିରେ ଏକ ଅଟୋରେ ଜଣେ ଯୁବକ ଚୋରା ଗଞ୍ଜେଇ ନେଇ ରେଳ ଷ୍ଟେସନକୁ ଯାଉଥିଲେ । କୌଣସି ସୁତ୍ରରୁ ପୋଲିସ ଖବର ପାଇ ଭଦ୍ରକ ଅତିରିକ୍ତ ଏସପି ସମ୍ବିତ ମାଝୀଙ୍କ ନେତୃତ୍ୱରେ ଟାଉନ ପୋଲିସର ମିଳିତ ସହଯୋଗରେ ଚଢ଼ଉ କରାଯାଇଥିଲା  ।

Advertisment

ବାଇପାସ ଛକ ଠାରେ ଅଟୋକୁ ଅଟକ ରଖି ଯାଞ୍ଚ କରିବା ବେଳେ ସେଥିରୁ ବିପୁଳ ପରିମାଣର ଗଞ୍ଜେଇ ମିଳିଥିଲା । ଅଟୋ ଓ ଗଞ୍ଜେଇ ଜବତ କରିବା ସହ ଗଞ୍ଜେଇ ମାଫିଆକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ପୋଲିସ । ତେବେ ମାଫିଆ ଜଣକ ଏତେ ପରିମାଣର ଗଞ୍ଜେଇ କେଉଁଠୁ ଆଣୁଥିଲା ଓ କାହାକୁ ବିକ୍ରି କରିବାକୁ ନେଉଥିଲା ସେନେଇ ପୁଲିସ ତଦନ୍ତ ଆରମ୍ଭ କରିଛି ।