ଫଳ ଗାଡ଼ିରେ ଗଞ୍ଜେଇ ଚାଲାଣ । ଜବତ ହୋଇଛି ଦେଢ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ

Advertisment

ଫଳ ଗାଡିରେ ଯାଉଥିଲା ଗଞ୍ଜେଇ, ମାଡ଼ିବସିଲା ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ। ଆନ୍ଧ୍ରପ୍ରଦେଶରୁ ଭୁବନେଶ୍ୱର ଗଞ୍ଜେଇ ଚାଲାଣ ବେଳେ ଡିଆରଆଇ ଟିମ୍ କୌଣସି ସୂତ୍ରରୁ ଖବର ପାଇ ମାଡ଼ିବସିଥିଲା ।

ଫଳ ଗାଡିରେ ଯାଉଥିଲା ଗଞ୍ଜେଇ, ମାଡ଼ିବସିଲା ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ। ଆନ୍ଧ୍ରପ୍ରଦେଶରୁ ଭୁବନେଶ୍ୱର ଗଞ୍ଜେଇ ଚାଲାଣ ବେଳେ ଡିଆରଆଇ ଟିମ୍ କୌଣସି ସୂତ୍ରରୁ ଖବର ପାଇ ମାଡ଼ିବସିଥିଲା ।

ganjei

କନକବ୍ୟୁରୋ: ଫଳ ଗାଡିରେ ଯାଉଥିଲା ଗଞ୍ଜେଇ, ମାଡ଼ିବସିଲା ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ। ଆନ୍ଧ୍ରପ୍ରଦେଶରୁ ଭୁବନେଶ୍ୱର ଗଞ୍ଜେଇ ଚାଲାଣ ବେଳେ ଡିଆରଆଇ ଟିମ୍ କୌଣସି ସୂତ୍ରରୁ ଖବର ପାଇ ମାଡ଼ିବସିଥିଲା। ଜବତ ହୋଇଛି ପ୍ରାୟ ୧ କୋଟି ୬୦ ଲକ୍ଷ ଟଙ୍କାର ଗଞ୍ଜେଇ । ଦୁର୍ବୃତ୍ତ ମାନେ ଫଳ ଗାଡ଼ିରେ ଗଞ୍ଜେଇକୁ ଲୁଚେଇ ନେଉଥିଲେ। ଆନ୍ଧ୍ରପ୍ରଦେଶ କ୍ରିଷ୍ଣାଭରମ୍ ଟୋଲ ଗେଟ ନିକଟରେ ଟୋଲ୍ ବ୍ୟାରିୟରକୁ ଧକ୍କା ଦେଇ ଫେରାର ହେବାକୁ ଉଦ୍ୟମ କରିବା ପରେ ଧରାପଡ଼ିଥିଲେ। ଟ୍ରକ୍ ଚେକିଂ ସମୟରେ ମିଳିଥିଲା ପାଖାପାଖି ୮୦୮ କେଜି ଗଞ୍ଜେଇ। 

ଆନ୍ଧ୍ରରୁ ଗଞ୍ଜେଇ ଆଣି ଓଡ଼ିଶାରେ ବିକ୍ରି କରିବାକୁ ଯୋଜନା ରଖିଥିଲେ ଦୃର୍ବୃତ୍ତ। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ।  ସେପଟେ କୋରାପୁଟରେ ପିକପ୍‌ରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଧରିଛି ପୋଲିସ। ପୋଲିସକୁ ଦେଖି ଗଞ୍ଜେଇ ଚୋରା ଚାଲାଣକାରୀ ଦୌଡ଼ି ପଳାଉଥିବା ବେଳେ ପୋଲିସ ଗୋଡାଇ ଗୋଡାଇ ଦୁଇ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଧରିଥିଲା ।

ଆଉ ଜଣେ ଅନ୍ଧାରର ସୁଯୋଗ ନେଇ ଚମ୍ପଟ ମାରିଥିଲା । କୋରାପୁଟର ପାଡୁଆ ପୁଲିସ ପେଟ୍ରୋଲିଂ କରୁଥିବା ସମୟରେ ହାଣ୍ଡିପୁଟ ନିକଟରେ ପିକପ୍‌ ଗାଡିକୁ ଅଟକାଇଥିଲା। ଗାଡ଼ିକୁ ଯାଞ୍ଚ କଲା ପରେ ପାଡୁଆ ପୁଲିସ ଦ୍ଵାରା ୮୨୬ କେଜି ଗଞ୍ଜେଇ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୮୦ ଲକ୍ଷ ଟଙ୍କାରୁ ଅଧିକ ହେବ। କୋରାପୁଟ ଅଞ୍ଚଳରୁ ଆନ୍ଧ୍ରପ୍ରଦେଶକୁ ହେଉଥିଲା ଗଞ୍ଜେଇ ଚାଲାଣ। ଗାଡ଼ି ନମ୍ବରକୁ ଭିତ୍ତି କରି ଗାଡ଼ି ମାଲିକଙ୍କ ନାଁରେ ଏନଡିପିଏସ୍ ଏତଲା ଦାୟର କରି ପାଡୁଆ ପୁଲିସ ଅଧିକ ତଦନ୍ତ ଚଳାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe